22/05/2021
ମାହାଙ୍ଗା/କଟକ 📌
CHIEF REPORTER & EDITOR BY/- Srinibash Rout
ବାଲି ଚୋରାଚାଲାଣ ରୋକିବାକୁ ଯାଇ ଆକ୍ରମଣର ଶିକାର ଆରଆଇ ।ବିରୂପା ନଦୀର ରାମଚନ୍ଦ୍ରପୁର ଚାୟାପାଳ ନିକଟରେ ବେଆଇନ ବାଲି ଉଠାଣ ନେଇ ଖବର ମିଳିଥିଲା। ଏହାକୁ ନେଇ ଏହି ସ୍କ୍ୱାଡ୍ ପକ୍ଷରୁ ଅଚାନକ ଚଢ଼ଉ କରାଯାଇଥିଲା। ଘଟଣାସ୍ଥଳରୁ ଏକ ବାଲି ବୋଝେଇ ଟ୍ରାକ୍ଟରକୁ ମଧ୍ୟ ଜବତ କରାଯାଇଥିଲା। ଟ୍ରାକ୍ଟର ଚାଳକ ଗାଡ଼ି ଛାଡ଼ି ଫେରାର ହୋଇଯାଇଥିଲେ। ଜବତ ଗାଡ଼ିକୁ ଅନ୍ୟ ଏକ ଡ୍ରାଇଭର ଡକାଇ ଅଣାଯାଉଥିବା ବେଳେ ଗାଡ଼ି ମାଲିକ ଓ ତାଙ୍କ ସମ୍ପର୍କୀୟମାନେ ଗାଡ଼ି ଜାଳି ଦେବାର ବାହାନା କରି ତହସିଲ ଟିମ୍ ଉପରେ ପୋଲିସ କର୍ମଚାରୀଙ୍କ ଉପସ୍ଥିତିରେ ସଂଘବଦ୍ଧ ଆକ୍ରମଣ କରିଥିଲେ। ଏଥିରେ ହେମ୍ବ୍ରମଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା। ପରେ ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯିବା ସହ ମାହାଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମାହାଙ୍ଗା ପୋଲିସ ତଦନ୍ତ ଜାରି ରଖିଛି। ଆକ୍ରମଣକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି।
WWW.SOCIALNEWSODIA.INFO
0 Comments