08/05/2021


କଟକ 📌



CHIEF REPORTER & EDITOR/- Srinibash Rout

ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (BSE) ଦ୍ଵାରା ପରିଚାଳିତ ମାଟ୍ରିକ୍‌ ପରୀକ୍ଷା ଫଳ ପ୍ରକାଶ କରିବା ପାଇଁ (Matric Result Evaluation) ବିକଳ୍ପ ପଦ୍ଧତି ପ୍ରସ୍ତୁତ ହୋଇଛି। ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ, ମଧ୍ୟମା, ମୁକ୍ତ ବିଦ୍ୟାଳୟ ପରୀକ୍ଷା, ୨୦୨୧, ଯାହା ଗତ ୦୩/୦୫/ ୨୦୨୧ ତାରିଖରୁ ଆରମ୍ଭ ହୋଇଥାନ୍ତା, ତାହା କୋଭିଡ୍-୧୯ ସଂକ୍ରମଣ ବଢ଼ିବା ହେତୁ, ସରକାରଙ୍କ ଦ୍ବାରା ବାତିଲ କରାଯାଇଥିଲା ଏବଂ ମାଧ୍ୟମିକ ଶିକ୍ଷା ପରିଷଦକୁ ପରୀକ୍ଷା ଫଳ ମୂଲ୍ୟାୟନ ନିର୍ଦ୍ଧାରଣ କରିବାର ବିକଳ୍ପ ପଦ୍ଧତି ତିଆରି କରିବା ନିମନ୍ତେ ନିର୍ଦ୍ଦେଶ ଦିଆଗଲା ।ଏହିପରି ମହାମାରୀ ଅବସ୍ଥାରେ, ନ୍ୟାୟ ସଙ୍ଗତ ଓ ବିନା ପକ୍ଷପାତରେ ଛାତ୍ରଛାତ୍ରୀମାନଙ୍କର ପରୀକ୍ଷା ଫଳ ପ୍ରକାଶ କରିବା ବୋର୍ଡ ପାଇଁ ଏକ ଆହ୍ବାନ। ଏହି ପ୍ରକାର ପରିସ୍ଥିତି ପୂର୍ବରୁ ନା କେବେ ହୋଇଥିଲା ନା ବୋର୍ଡ ଆଗରୁ କେବେ ଏହି ପ୍ରକାର ପଦ୍ଧତି ତିଆରି କରିଛି। ତାହା ସଙ୍ଗେ, ଏହି ପରି ମହାମାରୀ ଅବସ୍ଥାରେ ବୋର୍ଡ ବିଭିନ୍ନ stakeholder ମାନଙ୍କ ସହିତ ଆଲୋଚନା କରି ପରୀକ୍ଷା ମୂଲ୍ୟ ନିର୍ଦ୍ଧାରଣ ନିମନ୍ତେ ଏକ ବିକଳ ପଦ୍ଧତି ପ୍ରସ୍ତୁତ କରିଅଛି। ବୋର୍ଡ ଆଶା ରଖିଛିଯେ, ଶିକ୍ଷକ ସମୂହର ପ୍ରତ୍ୟକ୍ଷ ସାହାଯ୍ୟ ଓ ସହଯୋଗରୁ ଆମେ, ଛାତ୍ରଛାତ୍ରୀମାନଙ୍କର Tabulation ଓ ଫଳ ପ୍ରକାଶନ କାର୍ଯ୍ୟ ଏହିଭଳି ଅଭୂତପୂର୍ବ ଅବସ୍ଥାରେ ସୁଚାରୁ ରୂପେ କରାଯାଇପାରବ। ଫଳ ପ୍ରକାଶନ ପରେ ଯଦି କୌଣସି ଛାତ୍ରଛାତ୍ରୀ ସନ୍ତୁଷ୍ଟ ନହୁଅନ୍ତି, ସେମାନେ ମହାମାରୀ ଅବସ୍ଥା ସୁଧୁରିବା ପରେ ଲିଖିତ ପରୀକ୍ଷା ଦେଇପାରିବେ।



ବୋର୍ଡର ତା ୦ ୭ ୦୫ ୨୦ ୨୧ ଶିଖର ବିଜ୍ଞପ୍ତି ପରିଷଦର website www.bseodisha.ac.in ରେ ଉପଲବ୍ଧ ଅଛି। ଏହାକୁ download କରି ବିଭିନ୍ନ ଭାବରେ ପ୍ରଣାଳୀ , ମାର୍କ ଗୁଡିକର ଯାଞ୍ଚ ପ୍ରକ୍ରିୟା, ମାର୍କ uploading ପ୍ରକ୍ରିୟା, record ଗୁଡିକର ରକ୍ଷଣା ବେକ୍ଷଣ ଏବଂ ଏହି ସମ୍ବନ୍ଧୀୟ ନିର୍ଦ୍ଧାରିତ କାର୍ଯ୍ୟକ୍ରମର ସୂଚୀ ଜାଣିହେବ। COVID-୧୯ ମହାମାରୀର ଦ୍ୱିତୀୟ ତରଙ୍ଗକୁ ଦୃଷ୍ଟିରେ ରଖି ଓଡ଼ିଶା ମାଟ୍ରିକ୍ ପରୀକ୍ଷା ୨୦୨୧ କୁ ବାତିଲ କରାଯାଇଥିଲା।


ମାଧ୍ୟମିକ ଶିକ୍ଷା ବୋର୍ଡ (ବିଏସ୍ଇ) ସମସ୍ତ ୧୦ମ ଶ୍ରେଣୀ (ମାଟ୍ରିକ୍ ପରୀକ୍ଷା) ର ( ପରିକ୍ଷା ଫଳ ) ମୂଲ୍ୟାୟନ ପାଇଁ ବିକଳ୍ପ ପଦ୍ଧତିକୁ ଅନୁମୋଦନ କରିଛି। ନବମ ଏବଂ ୧୦ ମାର୍କ ଆଧାରରେ ପରିକ୍ଷା ଫଳ ( ରେଜଲ୍ଟ) ମୂଲ୍ୟାଙ୍କନ କରାଯିବ।


WWW.SOCIALNEWSODIA.INFO