13/05/2021
ଭୁବନେଶ୍ୱର 📌
EDITOR BY/- Srinibash Rout
ତଦନ୍ତକାରୀ ଟିମ୍ ଏହି ଚାର୍ଜସିଟ୍ ଦାଖଲ କରିଛି। ଚାର୍ଜସିଟ୍ ରେ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ ନାମ ରହିଛି। ଅଞ୍ଜନା ଗଣବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବିବନ ଘଟଣା ପରଠାରୁ ଫେରାର୍ ଥିଲେ। ପ୍ରାୟ ୨୨ ବର୍ଷ ପରେ ଗତ ଫେବୃୟାରୀରେ କମିଶନରେଟ ପୋଲିସ୍ ମହାରାଷ୍ଟ୍ରରୁ ବିବନଙ୍କୁ ଗିରଫ କରିଥିଲା। ଗିରିଫ ପରେ ପୋଲିସ୍ ବିବନଙ୍କୁ C.B.Iକୁ ହସ୍ତାନ୍ତର କରିଥିଲା। ପରେ ଝାରପଡ଼ା ଜେଲରେ ଟିଆଇ ପରେଡ ହୋଇଥିଲା । ୧୦ ଅଭିଯୁକ୍ତଙ୍କ ମଧ୍ୟରୁ ପୀଡ଼ିତା ମୁଖ୍ୟ ଅଭିଯୁକ୍ତ ବିବନଙ୍କୁ ଚିହ୍ନଟ କରିଥିଲେ। C.B.I ବିବନଙ୍କୁ ୨ ଦିନିଆ ରିମାଣ୍ଡରେ ନେଇ ପଚରାଉଚୁରା କରି ଅଧିକ ତଥ୍ୟ ସଂଗ୍ରହ କରିଥିଲା।
ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣବଳାତ୍କାର ମାମଲାର ସପ୍ଲିମେଣ୍ଟାରୀ ଚାର୍ଜସିଟ ବୁଧବାର ( ୧୨/୦୫/୨୦୨୧) ସ୍ବତନ୍ତ୍ର C.B.I କୋର୍ଟରେ ଦାଖଲ ହୋଇଛି।
WWW. SOCIALNEWSODIA.INFO
0 Comments