24/05/2021
📍
EDITOR BY/- Srinibash Rout
ମାର୍ଚ୍ଚ ମାସରୁ ଦେଶର ସବୁଠାରୁ ଶକ୍ତିଶାଳୀ ଅନୁସନ୍ଧାନକାରୀ ଏଜେନ୍ସି ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ ବ୍ୟୁରୋ (ସିବିଆଇ)ର ମୁଖିଆ ପଦ ଖାଲି ପଡ଼ିଛି । ସିବିଆଇ ମୁଖ୍ୟ ପଦରୁ ଋଷି କୁମାର ଶୁକ୍ଲାଙ୍କ ଅବସର ପରେ କେନ୍ଦ୍ରୀୟ ଏଜେନ୍ସି ଏହାର ନୂତନ ମୁଖ୍ୟଙ୍କୁ ଖୋଜାଚାଲିଛି । ତେବେ ଏହି ଚର୍ଚ୍ଚାରେ ପଡିପାରେ ପୂର୍ଣ୍ଣଛେଦ । କାରଣ କିଏ ହେବ ପରବର୍ତ୍ତୀ ସିବିଆଇ ମୁଖ୍ୟ ଆଜି ବୈଠକରେ ହୋଇପାରେ ନିଷ୍ପତ୍ତି । ନୂଆ ମୁଖିଆଙ୍କୁ ଚୟନ କରିବାକୁ ଆଜି ବସୁଛି ବୈଠକ ।
ବୈଠକରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାସହ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସମେତ, ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ.ଭି ରାମାନା ଏବଂ ଲୋକସଭାରେ ବିରୋଧୀ ଦଳର ନେତା ଅଧିର ରଂଜନ ଚୌଧୁରୀ ପ୍ରମୁଖ ସାମିଲ ହେବେ । ତେବେ ସିବିଆଇ ମୁଖ୍ୟ ପଦବୀ ପାଇଁ ଅନେକ ଦାବିଦାର ରହିଛନ୍ତି । କୁହାଯାଉଛି ଯେ ମଧ୍ୟବର୍ତ୍ତୀ ସିବିଆଇ, ବିଏସଏଫ ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ମୁଖ୍ୟ ରାକେଶ ଆସ୍ଥାନା ଏବଂ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ମୁଖ୍ୟ ୟ୍ୱାସି ମୋଦିଙ୍କ ନାଁ ଏହି ରେସରେ ଅଛି ।
ତିବ୍ଦତ ସୀମା ପୋଲିସର ମୁଖ୍ୟ (ଆଇଟିବିପି) ଏସ୍ ଡେସୱାଲ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି । ଏମାନଙ୍କ ବ୍ୟତୀତ କେରଳର ଡିଜିପି ଲୋକନାଥ ବେହେରା ଏବଂ ଉତ୍ତରପ୍ରଦେଶ ପୋଲିସ ମୁଖ୍ୟ ଯଥା ୟୁପି ଡିଜିପି ଏଚସି ଆୱସ୍ତି ମଧ୍ୟ ସିବିଆଇ ମୁଖ୍ୟ ହେବା ଦୌଡ଼ରେ ଜଡିତ ଥିବା କୁହାଯାଉଛି । ସୂଚନାଯୋଗ୍ୟ, ମାର୍ଚ୍ଚ ମାସରେ ଋଷି କୁମାର ଶୁକ୍ଲା ଅବସର ନେବା ପରଠାରୁ ସିବିଆଇ ମୁଖ୍ୟ ପଦ ଖାଲି ପଡ଼ିଛି । ସିବିଆଇ ପରେ ସରକାରଙ୍କୁ ମଧ୍ୟ ଏନଆଇଏର ଜଣେ ନୂଆ ମୁଖ୍ୟ ଖୋଜିବାକୁ ପଡ଼ିବ । NIA ମୁଖ୍ୟ ଓ୍ୱାସି ମୋଦି ଚଳିତ ମାସ ଶେଷରେ ଅବସର ନେବ ।
WWW. SOCIALNEWSODIA.INFO
0 Comments