08/05/2021


ଭୁବନେଶ୍ୱର📌


EDITOR BY/- Srinibash Rout

ଟିକା ଉପରେ G.S.T ଲାଗିଥିବାରୁ ଟିକା ଦର ରାଜ୍ୟ ପାଇଁ ଅଧିକ ହେଉଛି । ଭ୍ୟାକ୍ସିନ୍ ଉପରୁ G.S.T ସମ୍ପୂର୍ଣ୍ଣ ଛାଡ଼ କଲେ ରାଜ୍ୟ ଉପକୃତ ହେବ । ସମସ୍ତଙ୍କୁ ଟିକାକରଣରେ ଏହି ପଦକ୍ଷେପ ସହାୟକ ହେବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅର୍ଥମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦର୍ଶାଇଛନ୍ତି, ସମଗ୍ର ଦେଶ ମହାମାରୀ କରୋନା କାରଣରୁ ଏବେ ଯୁଦ୍ଧଭଳି ପରିସ୍ଥିତି ଦେଇ ଗତି କରୁଛି । ଦେଶକୁ କରୋନା ବିରୋଧରେ ଲମ୍ବା ଲଢ଼େଇ ପାଇଁ ଟିକାକରଣ ଜରୁରି । ତେଣୁ ରାଜ୍ୟ ସରକାରଙ୍କୁ ନିଜସ୍ୱ ପାଣ୍ଠିରୁ ୧୮ରୁ ୪୫ ବର୍ଷ ଲୋକଙ୍କ ପାଇଁ ଟିକା କିଣିବାକୁ କେନ୍ଦ୍ର ପ୍ରସ୍ତାବ ଦେଉ । ମାତ୍ର ଏ ଟିକା କ୍ରୟ ଉପରେ G.S.T ସମ୍ପୂର୍ଣ୍ଣ ଛାଡ଼ ହେଉ । ଏହାଦ୍ୱାରା ଟିକାର ଦାମ୍‌ କମ୍ ରହିବ । ରାଜ୍ୟଗୁଡ଼ିକ ନିଜସ୍ୱ ପାଣ୍ଠିରୁ ଟିକା କିଣିବାକୁ ଆଗ୍ରହ ପ୍ରକାଶ କରିବେ । ଏହାଦ୍ୱାରା ମହାମାରୀ ବିରୋଧରେ ଟିକାକରଣ, ମାଗଣା ଚିକିତ୍ସା ଏବଂ ଅନ୍ୟ ପଦକ୍ଷେପ ନେବା ସମ୍ଭବ ହୋଇପାରିବ ।ଟିକାକରଣ ଅଭିଯାନ ଆହୁରି ବ୍ୟାପକ ହୋଇପାରିବ । କରୋନା ଲଢ଼େଇ ପାଇଁ ଏହା ଅତି ଜରୁରି ।କେନ୍ଦ୍ର ସରକାର କୋଭିଡ ଟିକା ଉପରେ G.S.Tକୁ ସମ୍ପୁର୍ଣ୍ଣ ଭାବରେ ଛାଡ କରନ୍ତୁ ଏବଂ ରାଜ୍ୟ ଗୁଡିକୁ ଅଧୀକ ଖର୍ଚ୍ଛାନ୍ତ ହେବାରୁ ରକ୍ଷା କରନ୍ତୁ ।




WWW. SOCIALNEWSODIA.INFO