09/05/2021


ନୂଆଦିଲ୍ଲୀ📌


EDITOR BY/- Srinibash Rout

ଦେଶରେ କରୋନା ଯୋଗୁଁ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏଭଳି ପରିସ୍ଥିତିରେ ଗରିବ ଲୋକଙ୍କୁ ତୁରନ୍ତ ଆର୍ଥିକ ସହାୟତା ଦିଆଯିବା ଦରକାର ।ଟିକା କିଣିଲେ ଏବେ G.S.T ଦେବାକୁ ପଡ଼ୁଛି ।ଫଳରେ ରାଜ୍ୟ ଉପରେ ଅତିରିକ୍ତ ବୋଝ ବଢ଼ିଯାଉଛି ।ଏହାରି ଭିତରେ ଟିକା ଉପରେ G.S.T ଲଗାଇବା ବୋଝ ଉପରେ ନଳିତା ବିଡା ଥୋଇବା ସାଙ୍ଗେ ସମାନ ।(୭/୦୫/୨୦୨୧) ଶୁକ୍ରବାର ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିକା କିଣିଲେ ଲାଗୁଥିବା G.S.T ହଟାଇବା ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖି ଦାବି ଜଣାଇଥିଲେ । ଏପଟେ ଶନିବାର (୮/୦୫/୨୦୨୧) କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଟିକା ଉପରେ G.S.T ଆଦାୟକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି ।ରାହୁଲ ଗାନ୍ଧୀ ସାମାଜିକ ଗଣମାଧ୍ୟମ ଜରିଆରେ ଲେଖିଛନ୍ତି, ଜନତାଙ୍କ ଜୀବନ ଯାଉ, କିନ୍ତୁ ଟ୍ୟାକ୍ସ ଆଦାୟ ଛାଡ଼ିବେନି ପ୍ରଧାନମନ୍ତ୍ରୀ ।କେନ୍ଦ୍ର କରୋନା ଟିକା ଉପରେ ରାଜ୍ୟଗୁଡିକରୁ ପାଞ୍ଚ ପ୍ରତିଶତ  G.S.T ନେଉଛି।



WWW.SOCIALNEWSODIA.INFO