25/05/2021


📌


EDITOR BY/- Srinibash Rout

ବର୍ତ୍ତମାନର ତାଜା ତଥ୍ୟ ଅନୁଯାଇ ଧାମରା ରୁ ଭିତରକନିକା ମଧ୍ୟରେ ଲ୍ୟାଣ୍ଡଫଲ କରିପାରେ । ମଙ୍ଗଳବାର (୨୫/୦୫/୨୦୨୧) ରାତି ସୁଦ୍ଧା ନିର୍ଦ୍ଧିଷ୍ଟ ସ୍ଥାନ ବିଷୟରେ ଜଣାପଡ଼ିବ । ବାଲେଶ୍ଵର ଓ ଭଦ୍ରକ ସମୁଦ୍ରରେ ୨ ରୁ ୪ ମିଟର ଏବଂ କେନ୍ଦ୍ରାପଡା ଓ ଜଗତସିଂହପୁରରେ ୨ ମିଟର ଜୁଆର ଉଠିପାରେ । ଲ୍ୟାଣ୍ଡଫଲର ପୂର୍ବ ଓ ପର ୬ ଘଣ୍ଟା ଅତି ଗୁରୁତ୍ୱପୂର୍ଣ୍ଣ ବୋଲି ସୂଚନା ମିଳିଛି । ମଙ୍ଗଳବାର ମଧ୍ୟ ରାତ୍ରୀରୁ ୬୦ ରୁ ୮୦ ବେଗରେ ପବନ ବହିବ । ବୁଧବାର (୨୬/୦୫/୨୦୨୧) ସକାଳ ବେଳକୁ ୧୫୦ ରୁ ୧୬୦ ବେଗରେ ପବନ ବହିବ । ଏବେ ଘଣ୍ଟା ପ୍ରତି ୧୭ କିମି ବେଗରେ ଆଗେଇ ଚାଲିଛି ସାମୁଦ୍ରିକ ଘୂର୍ଣ୍ଣିଝଡ଼ ୟାସ୍' । ପାରାଦ୍ଵୀପ ଠାରୁ ୨୦୦, ବାଲେଶ୍ଵର ଠାରୁ ୩୦୦ କିମି ଦୂରରେ ରହିଛି ବାତ୍ୟା ୟାସ୍' । ଏହା ଫଳରେ ପାରାଦ୍ଵୀପରେ ସର୍ବାଧିକ ବର୍ଷା ହୋଇଛି । ସକାଳ ସୁଦ୍ଧା ପାରାଦ୍ଵୀପରେ ୧୫୨.୫ ମିମି ବର୍ଷା ରେକର୍ଡ ହୋଇଛି । ସେହିପରି ଚାନ୍ଦବାଲିରେ ୯୦ ମିମି ବର୍ଷା, ପୁରୀରେ ୪୫ ମିମି ବର୍ଷା ହୋଇଥିବା  ସୂଚନା ମିଳିଛି।



www.socialnewsodia.info