26/05/2021


ନୂଆଦିଲ୍ଲୀ 📌


EDITOR BY/- Srinibash Rout

C.B.I ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଲେ (I.P.S) ଅଧିକାରୀ 'ସୁବୋଧ କୁମାର ଜୟସ୍ୱାଲ' SIR ।ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଛେଦ ।ମଙ୍ଗଳବାର (୨୫/୦୫/୨୦୨୧) ବିଳମ୍ବିତ ରାତିରେ ଜୟସ୍ୱାଲଙ୍କ ନିଯୁକ୍ତି ସମ୍ପର୍କରେ କେନ୍ଦ୍ର ସରକାର ସୂଚନା ଦେଇଛନ୍ତି। ଜୟସ୍ୱାଲ ୧୯୮୫ ବ୍ୟାଚ୍ ଭାରତୀୟ ପୋଲିସ୍ ସେବା (I.P.S) ଅଧିକାରୀ ଏବଂ ଏହା ପୂର୍ବରୁ ସେ ମହାରାଷ୍ଟ୍ରର ପୋଲିସ୍ ମହାନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ। ସେ C.B.Iର ନିର୍ଦ୍ଦେଶକ ହେବା ପୂର୍ବରୁ ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସ (CISF) ର ମହାନିର୍ଦ୍ଦେଶକ ଥିଲେ। ତାଙ୍କର ଦୁଇ ବର୍ଷ କାର୍ଯ୍ୟକାଳ ରହିବ। ତେଲଗୀ ଷ୍ଟାମ୍ପ ଦୁର୍ନୀତି ମାମଲାର ତଦନ୍ତ କରି ସେ ପୂର୍ବରୁ ଚର୍ଚ୍ଚିତ ହୋଇଥିଲେ ।କ୍ୟାବିନେଟର ନିଯୁକ୍ତି କମିଟି (ACC) ଦ୍ଵାରା ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁଯାୟୀ ଜୟସ୍ୱାଲ C.B.Iର ମୁଖ୍ୟ ଦାୟିତ୍ଵ ଗ୍ରହଣ କରିବେ। 



WWW.SOCIALNEWSODIA.INFO