By- MADHABANANDA SWAIN
୨୪/୦୫/୨୦୨୧
କେନ୍ଦ୍ରାପଡା
ରାଜନଗରକିନ୍ତୁ ବଡ ଦୁଃଖର ବିଷୟ ଏହାଯେ ରାଜ୍ୟ ସରକାର ଘୋଷଣା କରିଥିବା ୪ଜିଲ୍ଲା ବିପଦ ରେ ରହିଥିବା ବେଳେ ସେଥି ମଧ୍ୟ ରେ ରହିଛି କେନ୍ଦ୍ରାପଡା ଜିଲ୍ଲା । ଯେଉଁ ଅଞ୍ଚଳ ବେଶି କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି ସେ ହେଉଛି ରାଜନଗର ବ୍ଲକ । ରାଜନଗର ବ୍ଲକ ଅଧିନରେ ଥିବା ଇଶ୍ଵରପୁର ପଞ୍ଚାୟତର ବଳଭଦ୍ରପୁର ବାତ୍ୟା ଆଶ୍ରସ୍ଥଳୀ ଦେଖିଲେ ଆପଣ ଆଶ୍ଚର୍ଯ୍ୟଚକିତ ହେଇଜିବେ ! ଦେଖନ୍ତୁ ଏ ଦୃଶ୍ୟ ଅଳିଆ ଆବର୍ଜନା ଭର୍ତ୍ତି ଏହି ବାତ୍ୟା ଆଶ୍ରୟସ୍ଥଳୀ କେଉଁଠି କୁଢ କୁଢ ଅଳିଆତ କେଉଁଠି ଚଢେଇ ବଷା ! ସବୁଠାରୁ ବଡ ଆଶ୍ଚର୍ଯ୍ୟଚକିତ କଲାଭଳି ଜିନିଷ ହେଉଛି ଏଠି ବହୁଦିନ ହେବ ଅଚଳ ହେଇପଡିଛି ନଳକୂପ ବିଦ୍ୟୁତ ସଂଯୋଗ ସହ ରାସ୍ତା ମଧ୍ୟ ନାହିଁ ଏହି ବାତ୍ୟା ଆସ୍ରୟସ୍ଥଳିକୁ ଆସିବା ପାଇଁ ରାଜନଗର ପ୍ରଶାସନ ସ୍ଥାନୀୟ ବାତ୍ୟାଆଶ୍ରୟ ସ୍ଥଳୀ ପରିଦର୍ଶନ କରିଥିଲେ । ଯାହା ଆମେ ଆପଣଙ୍କୁ ଦେଖାଇଥିଲୁ କିନ୍ତୁ ଏହି ବାତ୍ୟା ଆଶ୍ରୟସ୍ଥଳିକୁ ଆସିବାକୁ ଭୁଲିଯାଇଥିଲେ ସ୍ଥାନୀୟ ପ୍ରଶାସନ। ଗ୍ରାମବାସୀଙ୍କ ଅଭିଯୋଗ ଯେ ଏହି ଅଞ୍ଚଳ ବେସି କ୍ଷତିଗ୍ରସ୍ତ ହୁଏ ବାତ୍ୟାରେ କିପରି ସ୍ଥାନୀୟ ପ୍ରଶାସନ ଏହାକୁ ପରିଦର୍ଶନ କଲେ ତାହା ତାଙ୍କୁ ବେସି ମର୍ମାହତ କରିଛି ! ସ୍ଥାନୀୟ ସରପଞ୍ଚଙ୍କ ଏବଂ ସରକାରୀ କର୍ମଚାରୀ vlw ମଧ୍ୟ ଏହି ବାତ୍ୟାଆଶ୍ରୟ ସ୍ଥଳିକୁ ଅଣଦେଖା କରୁଥିବା ଅଭିଯୋଗ କରିଛନ୍ତି ବଳଭଦ୍ରପୁର ର ଗ୍ରାମବାସୀ ! ଏସଆରସିଙ୍କ ନିର୍ଦେଶ କ୍ରମେ ସବୁ ବାତ୍ୟା ଆଶ୍ରୟସ୍ଥଳ ସମ୍ଫୁର୍ଣ ଭାବେ ସଜାଗ ରଖୁବାକୁ ନିର୍ଦେଶ ଅଛି ।କିନ୍ତୁ ଏଠି ଏସଆରସିଙ୍କ ନିର୍ଦେଶକୁ ଅମାନ୍ୟ କରିଥିବା ନଜରକୁ ଆସିଛି । ଏହି ଭିଡିଓ ଟି ସ୍ଥାନୀୟ ପ୍ରଶାସନ ପାଖରେ ପହଞ୍ଚିବା ପରେ କିପରି ରାଜନଗର ପ୍ରଶାସନ ତତ୍ପରା ଦେଖାଉଛି ତାହା ଦେଖିବାକୁ ବାକି ରହିଲା !
0 Comments