19-JANUARY-2022
📌
BY: SRINIBASH ROUT
ଓଡିଶା ମାନବ ଅଧିକାର କମିଶନ କାର୍ଯ୍ୟାଳୟରେ ଥିବା ଅଧିକାରୀ ଓ କର୍ମଚାରୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।ଏହି ସଂକ୍ରମଣକୁ ଦୃଷ୍ଟିରେ ରଖି ଓଡ଼ିଶା ମାନବ ଅଧିକାର କମିଶନଙ୍କ କାର୍ଯ୍ୟାଳୟକୁ ମଙ୍ଗଳବାର ୧୮ ତାରିଖ ଠାରୁ ଆସନ୍ତା ୨୫ତାରିଖ ପର୍ଯ୍ୟନ୍ତ ବନ୍ଦ୍ ରହିବ ଅର୍ଥାତ୍ ଶଟଡାଉନ୍ ରହିବ ।ରାଜ୍ୟ ମାନବ ଅଧିକାର କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, କମିଶନଙ୍କ କାର୍ଯ୍ୟାଳୟରେ କୋଭିଡ୍ ସଂକ୍ରମିତ ଚିହ୍ନଟ ହେବା ପରେ ଜାନୁୟାରୀ ୧୭ରୁ ୨୫ତାରିଖ ପର୍ଯ୍ୟନ୍ତ କମିଶନଙ୍କ କାର୍ଯ୍ୟାଳୟକୁ ସମ୍ପୂର୍ଣ୍ଣ ଭାବେ ଶଟ୍ ଡାଉନ୍ ଘୋଷଣା କରାଯାଇଛି ।ଯଦି ଏହି ଶଟ୍ ଡାଉନ୍ ଅବଧି ମଧ୍ୟରେ କୌଣସି ଅତ୍ୟନ୍ତ ଜରୁରୀ ମାମଲା ଥିବ ତା’ହେଲେ ଭର୍ଚୁଆଲ ମୋଡରେ ତା’ର ଶୁଣାଣି କରାଯିବ ।ଏହି ଅବଧି ମଧ୍ୟରେ କାର୍ଯ୍ୟାଳୟର ଇମେଲ୍ ମାଧ୍ୟମରେ ଅଭିଯୋଗ ଦାଖଲ ହୋଇପାରିବ ।ଯଦି ଜରୁରୀ ଶୁଣାଣି ଆବଶ୍ୟକ ଥିବ ତା’ହେଲେ ଓଏଚଆରସି ଅଧ୍ୟକ୍ଷଙ୍କ ବ୍ୟକ୍ତିଗତ ସଚିବଙ୍କ ମୋବାଇଲ୍ ନମ୍ବର-୯୪୩୭୦୯୨୬୩୨ ସହ ଯୋଗାଯୋଗ କରିବାକୁ କୁହାଯାଇଛି ।କମିଶନ ଅଧ୍ୟକ୍ଷଙ୍କ ଅନୁମତି ରେ ଜରୁରୀ ମାମଲାକୁ ବିଚାର ପାଇଁ ଗ୍ରହଣ କରାଯାଇ ଶୁଣାଣି କରାଯିବ ।ଯେଉଁ ପକ୍ଷ ରାଜି ହେବେ ମାମଲାର ଭର୍ଚୁଆଲ ଶୁଣାଣି ହେବ ।ଭର୍ଚୁଆଲ ଶୁଣାଣି ପାଇଁ ଆଗ୍ରହୀ ବ୍ୟକ୍ତିମାନେ ସେମାନଙ୍କ ମୋବାଇଲ ନମ୍ବର ଏବଂ ଇ-ମେଲ୍ ଆଇଡିକୁ ଆଗୁଆ ପ୍ରଦାନ କରିବେ ।
www. socialnewsodiaofficial.blogspot.com
0 Comments