Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

୧୭ରୁ ଭୁବନେଶ୍ୱର ଏମ୍ସ ଓପିଡି ବନ୍ଦ୍; କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୋମବାର ୧୭ ତାରିଖ ଠାରୁ ଭୁବନେଶ୍ୱର ଏମ୍ସର ଓପିଡି ବନ୍ଦ୍ ବନ୍ଦ ଲାଗି ଘୋଷଣା କରାଯାଇଛି, ରୋଗୀ ମାନେ ହସ୍ପିଟାଲ୍ ନଆସି ଡିଜିଟାଲ ମାଧ୍ୟମରେ ସ୍ବାସ୍ଥ୍ୟସେବା ହାସଲ କରିବା ପାଇଁ ଡାକ୍ତରଖାନା ପକ୍ଷରୁ ପରାମର୍ଶ ଦିଆଯାଇଛି

  


17-JANUARY-2022


📌


BY: SRINIBASH ROUT

ସୋମବାର ୧୭ ତାରିଖ ଠାରୁ ଭୁବନେଶ୍ୱର AIIMS OPD ବନ୍ଦ୍ ।OPD ବନ୍ଦ୍ ହେଲେ ମଧ୍ୟ କିଛି ଜରୁରୀକାଳୀନ ସେବା ଚାଲୁ ରହିବ ।OPD ବନ୍ଦ୍ ନେଇ ଭୁବନେଶ୍ୱର ଏମ୍ସ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।ଏମ୍ସର କିଛି ଅଧିକାରୀ ଓ କର୍ମଚାରୀ ପଜିଟିଭ୍ ଚିହ୍ନଟ ପରେ ଏପରି ପଦକ୍ଷେପ ନିଆଯାଇଛି। କେବଳ ଟେଲି ମେଡ଼ିସିନ ଓ ଏମ୍ସ ଭୁବନେଶ୍ୱର ସ୍ୱାସ୍ଥ୍ୟ ଆପ୍ସ ଜରିଆରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଏମ୍ସ ପକ୍ଷରୁ କୁହାଯାଇଛି ।ସୂଚନାଯୋଗ୍ୟ, ରାଜ୍ୟରେ ଦୈନିକ ସଂକ୍ରମଣ ଏବେ ୧୦ ହଜାରରେ ଟ୍ରେଣ୍ଡ କରୁଛି। ଆକ୍ରାନ୍ତଙ୍କ ସଂଖ୍ୟା ଖୁବ୍ ଦ୍ରୁତ ଗତିରେ ବଢ଼ି ଚାଲିଥିବା ବେଳେ ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ ବିଭିନ୍ନ ହସ୍ପିଟାଲର ଓପିଡିକୁ ବ୍ୟବହାର କରାଯାଉଛି। ହେଲେ ରୋଗୀ ସେବା ପୂର୍ବ ପରି ଚାଲୁ ରହିଛି। 


ପୂର୍ବରୁ ଚାଲିଥିବା ଜରୁରୀ ସେବା ଜାରି ରହିବ ବୋଲି ଏମ୍ସ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ପ୍ରକାଶ କରିଛି ।






www. socialnewsodiaofficial.blogspot.com

Post a Comment

0 Comments