Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ହେବନି ହାଲୁଆ ଉତ୍ସବ - ଚଳିତ ବର୍ଷର (୨୦୨୨-୨୩) ସାଧାରଣ ବଜେଟ୍ ଫେବୃୟାରୀ ପହିଲାରେ ସଂସଦରେ ଉପସ୍ଥାପନ ହେବ, ପ୍ରତିବର୍ଷ ବଜେଟ୍ ପୂର୍ବରୁ ହେଉଥିବା ହାଲୁଆ ଉତ୍ସବ ଚଳିତ ବର୍ଷ ହେବ ନାହିଁ ।

 


30-JANUARY-2022


📌


BY: SRINIBASH ROUT

ଫେବୃଆରୀ ପହିଲାରେ ସାଧାରଣ ବଜେଟ୍ ୨୦୨୨- ୨୩ ସଂସଦରେ ଉପସ୍ଥାପନ ହେବ ।ଏହି ବଜେଟ୍ ଗତ ବର୍ଷ ଭଳି ପେପର୍‌ଲେସ ହେବ ।ଅର୍ଥମନ୍ତ୍ରୀ ନିର୍ମଳା ସୀତା ରମଣ ଏହାକୁ ଉପସ୍ଥାପନ କରିବେ ।ପ୍ରତିବର୍ଷ ବଜେଟ୍ ପୂର୍ବରୁ ହେଉଥିବା ହାଲୁଆ ଉତ୍ସବକୁ ଚଳିତ ବର୍ଷ ବନ୍ଦ୍ କରିଦିଆଯାଇଛି। ବଜେଟର ଚୂଡ଼ାନ୍ତ ପ୍ରକ୍ରିୟା ଆରମ୍ଭ କରିବା ପୂର୍ବରୁ ଏଭଳି ଏକ ଉତ୍ସବ ସରକାରଙ୍କ ପକ୍ଷରୁ ଆୟୋଜନ କରାଯାଇଥାଏ। ଚଳିତ ବର୍ଷ କୋଭିଡ୍‌ ମହାମାରୀକୁ ନଜରରେ ରଖି ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ସୂଚନା ମିଳିଛି। ଏହା ବଦଳରେ କିଛି କର୍ମଚାରୀଙ୍କୁ କୋଭିଡ୍ ନିୟମ ପାଳନ ପୂର୍ବକ ମିଠା ବଣ୍ଟାଯାଇଛି ।ଏହି କର୍ମଚାରୀ ମାନେ ବଜେଟ୍ ପ୍ରସ୍ତୁତିରେ ସାମିଲ ଅଛନ୍ତି ।ବାହ୍ୟ ଦୁନିଆ ଠାରୁ ଏମାନଙ୍କ ସମ୍ପର୍କ କିଛି ଦିନ ଲାଗି ବିଛିନ୍ନ କରାଯାଇଥାଏ । ଅର୍ଥମନ୍ତ୍ରୀ ସଂସଦରେ ବଜେଟ୍ ଉପସ୍ଥାପନ କରିବା ପରେ ଯାଇ ଏହି କର୍ମଚାରୀ ମାନେ ପରିବାର ସଦସ୍ୟ କିମ୍ବା ସମ୍ପର୍କୀୟଙ୍କୁ ସମ୍ପର୍କ କରିପାରିଥାନ୍ତି ।ବଜେଟର ଗୋପନୀୟତା ରଖିବା ଲାଗି ଏଭଳି ପଦକ୍ଷେପ ସରକାର ଗ୍ରହଣ କରିଥାନ୍ତି ।


ଏହି ବଜେଟ୍ ଗତ ବର୍ଷ ଭଳି ପେପର୍‌ଲେସ ହେବ ।ଅର୍ଥାତ୍ ବଜେଟ୍ ଦସ୍ତାବିଜ୍ ଛପାଯିବ ନାହିଁ ।ଚଳିତ ବର୍ଷ ମଧ୍ୟ ଏଭଳି ପଦକ୍ଷେପ ସରକାର ଗ୍ରହଣ କରିଛନ୍ତି ।ସାଂସଦ ଏବଂ ସାଧାରଣ ଲୋକମାନେ ଯେଭଳି ବଜେଟ୍ ସମ୍ପର୍କିତ ସୂଚନା ଏବଂ ଦସ୍ତାବିଜ୍ ସହଜରେ ଲାଭ କରିପାରିବେ ତାକୁ ଧ୍ୟାନରେ ରଖି ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି ।ଏଥି ଅନ୍ତର୍ଗତ ସାଧାରଣ ବଜେଟ୍ ମୋବାଇଲ୍ ଆପ୍ଲିକେସନ୍ ଶୁଭାରମ୍ଭ କରାଯାଇଛି ।ଗତ ବର୍ଷ ଭଳି ଚଳିତ ବର୍ଷ ମୋବାଇଲ୍ ଆପ୍ଲିକେସନରେ ବଜେଟ୍ ଦସ୍ତାବିଜ୍ ଉପଲବ୍ଧ ହେବ ।ଉଭୟ ଇଂରାଜୀ ଏବଂ ହିନ୍ଦୀ ଭାଷାରେ ମୋବାଇଲ୍ ଆପ୍‌ ରହିବ ।ଆଣ୍ଡ୍ରଏଡ ଏବଂ ଆଇଓଏସ୍‌ ଭଳି ୨ ପ୍ଲାଟଫର୍ମ ରେ ଏହା ଉପଲବ୍ଧ ହେବ ।




www. socialnewsodiaofficial.blogspot.com

Post a Comment

0 Comments