Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଭିଜିଲାନ୍ସ; ବାଙ୍ଗିରିପୋଷୀ ବ୍ଲକର ଟାଟା ପାୱାର ବିଦ୍ୟୁତ ବିଭାଗ ଯନ୍ତ୍ରୀ ଜଗନ୍ନାଥ ବେହେରା ୧୦ ହଜାର ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଭିଜଲାନ୍ସ ବିଭାଗ - ବିଲ୍ ପାସ୍ ପାଇଁ ଲାଞ୍ଚ ।

 


03-FEBRUARY-2022


📌


BY: SRINIBASH ROUT

ଭିଜିଲାନ୍ସ ଜାଲରେ ପଡ଼ିଲେ ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷୀ ବ୍ଲକର ଟାଟା ପାୱାର ବିଦ୍ୟୁତ ବିଭାଗ ଯନ୍ତ୍ରୀ ଜଗନ୍ନାଥ ବେହେରା ।୧୦ ହଜାର ଲାଞ୍ଚ ନେଉଥିବା ବେଳେ ବୁଧବାର ୦୨ ତାରିଖ ଅପରାହ୍ନ ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଯାହା ଜଣାପଡିଛି ବିଦ୍ୟୁତ ବିଭାଗରେ କାର୍ଯ୍ୟ କରୁଥିବା ଠିକାଦାର ଅସିତସାହୁ ନାମକ ଯୁବକ କୁ ବିଲ୍ ପାସ୍ ନକରି ହଇରାଣ କରି ଆସୁଥିଲେ ।ଦଶ ହଜାର ଟଙ୍କା ନ ଦେଲେ ବିଲ୍ ପାସ୍ କରାଯିବ ନାହିଁ ବୋଲି ସିଧା ମନା କରିଥିଲେ ।ଶ୍ରୀ ସାହୁ ଉପାୟ ନ ପାଇ ଭିଜିଲାନ୍ସ ବିଭାଗର ଦ୍ବାରସ୍ଥ ହୋଇଥିଲେ। ବୁଧବାର ଅପରାହ୍ନ ସମୟରେ  ବିଦ୍ୟୁତ ବିଭାଗ ର  ଯନ୍ତ୍ରୀ ଜଗନ୍ନାଥ ବେହେରା ରାଜସ୍ବ ଟଙ୍କା ନେଇ ଡ଼ିଭିଜନ ଅଫିସ୍ ବାରିପଦା ଯାଉଥିବା ବେଳେ ଅସିତ ସାହୁ ସହିତ ଭିଜିଲାନ୍ସ ବିଭାଗ ଏମଡିଆର ୪୫ ରାସ୍ତା ନୂଆବସାଣ ଠାରେ ଛପି ରହିଥିଲେ। ଠିକାରେ ଲାଗିଥିବା ଅଫିସ ବୋଲେରୋ OD11F3177  ଯୋଗେ ଯାଉଥିବା ବେଳେ ରାସ୍ତା କଡ଼ରେ ଠିକାଦାର ଅସିତ ସାହୁ ଆସି ଯନ୍ତ୍ରୀ ଜଗନ୍ନାଥ ବେହେରା ଙ୍କୁ ଅଟକାଇଥିଲେ। ଲାଞ୍ଚ ମାଗିଥିବା ରଙ୍ଗବୋଳା ୧୦ହଜାର ଟଙ୍କା କୁ ସେଠାରେ ଦେଇଥିଲେ। TPNODLର ଯନ୍ତ୍ରୀ ଜଗନ୍ନାଥ ବେହେରା ବୋଲେରୋ ଉପରେ ବସି  ଟଙ୍କା ନେଉଥିବା ବେଳେ ଛପି ରହିଥିବା ଭିଜିଲାନ୍ସ ବିଭାଗ ଯନ୍ତ୍ରୀ ଙ୍କୁ ମାଡିବସି  ଧରି ପକାଇଥିଲେ। ଘଟଣା ସ୍ଥଳରୁ ସଙ୍ଗେ ସଙ୍ଗେ ବାରିପଦା ଭିଜିଲାନ୍ସ ବିଭାଗ ଅଫିସ୍ କୁ ନେଇ ଅଧିକ ତଦନ୍ତ ଜାରି ରଖିଛନ୍ତି। 



www. socialnewsodiaofficial.blogspot.com

Post a Comment

0 Comments