05-JANUARY-2022
📌
BY: SRINIBASH ROUT
ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କୁ ଝଟକା (Punjab CM Charanjit Singh Channi)। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ ଭଣଜା ଭୁପେନ୍ଦ୍ର ସିଂ ହନିଙ୍କୁ ଅବୈଧ ବାଲି ଖନନ ମାମଲାରେ ଗିରଫ କରିଛି ।ଗୁରୁବାର ୦୩ ତାରିଖ ଇଡିର ଅଧିକାରୀ ମୋହାଲିରେ ଥିବା ହନିଙ୍କ ହିମଲ୍ୟାଣ୍ଡ ସୋସାଇଟି ଫ୍ଲାଟରେ ପହଞ୍ଚିଥିଲେ ।ତାଙ୍କୁ ମାରାଥାନ ଜେରା କରାଯାଇଥିଲା । ୮ ଘଣ୍ଟା ଧରି ଜେରା କରାଯିବା ପରେ ବିଳମ୍ବିତ ରାତିରେ ହନିଙ୍କୁ ଗିରଫ କରାଯାଇଛି ।ସୂଚନାଯୋଗ୍ୟ, ବିଗତ ଦିନରେ ବେଆଇନ୍ ବାଲି ଖନନକୁ ନେଇ ପଞ୍ଜାବରେ ଇଡି ଦଳ ଦ୍ୱାରା କରାଯାଇଥିବା ଚଢ଼ାଉରେ ୧୦ କୋଟିରୁ ଅଧିକ ନଗଦ ଟଙ୍କା, ୨୧ ଲକ୍ଷ ଟଙ୍କା ମୂଲ୍ୟର ସୁନା ଏବଂ ୧୨ ଲକ୍ଷ ଟଙ୍କା ମୂଲ୍ୟର ରୋଲକ୍ସ ଘଣ୍ଟା ଉଦ୍ଧାର କରାଯାଇଥିଲା ।ଏହା ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ମଧ୍ୟ ଜବତ କରାଯାଇଥିଲା ।କୁହାଯାଉଛି କି ଜବତ ବେଳେ ସବୁଠାରୁ ଅଧିକ ନଗଦ ଭୁପେନ୍ଦ୍ର ସିଂ ହନିଙ୍କ ଘରୁ ମିଳିଥିଲା ।ଏହା ପାଖାପାଖି ୭-୮ କୋଟି ବୋଲି କୁହାଯାଉଛି ।ଇଡି ସୂତ୍ର ଅନୁଯାୟୀ, ଏହି ଚଢ଼ାଉରେ ଉପେନ୍ଦ୍ର ସିଂ ଓରଫ ହନି ତାଙ୍କ ମୋହାଲି ଘରେ ଉପସ୍ଥିତ ଥିଲେ ।ଯେତେବେଳେ ଇଡିର ଯାଞ୍ଚ ଅଧିକାରୀମାନେ ତାଙ୍କଠାରୁ ଉଦ୍ଧାର ହୋଇଥିବା କୋଟି କୋଟି ଟଙ୍କା ବିଷୟରେ ତାଙ୍କୁ ପ୍ରଶ୍ନ କରିଥିଲେ, ସେତେବେଳେ ସେ ନା ତ ଏହାର ବ୍ୟାଙ୍କ ରସିଦ ଦେଖାଇ ପାରିଥିଲେ ନା ଏହି ଟଙ୍କା କାହାର ଓ କେଉଁଠୁ ଆସିଛି ତାହା ମଧ୍ୟ କହିପାରି ନଥିଲେ ।ଏହି ମାମଲାରେ ଇଡି ହନି ଓ ତାଙ୍କ କମ୍ପାନୀର ଆଉ ଦୁଇଜଣ ନିର୍ଦ୍ଦେଶକଙ୍କୁ ପଚରାଉଚରା କରିଥିଲା ।
www. socialnewsodiaofficial.blogspot.com
0 Comments