27-FEBRUARY-2022
📌
BY: SRINIBASH ROUT
ରସିକିଆ ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ଗୋଟିକ ପରେ ଗୋଟିଏ କଳାକାରନାମାର ପେଡ଼ି ଖୋଲିବାରେ ଲାଗିଛି ।ଠକାମିର ଶିକାର ହୋଇଥିବା ପତ୍ନୀମାନେ ଜଣଙ୍କ ପରେ ଜଣେ ମୁହଁ ଖୋଲୁଛନ୍ତି ।ତେବେ କୋଲକାତାରେ ରହୁଥିବା ରମେଶଙ୍କର ୧୭ ନମ୍ବର ପତ୍ନୀ ଇତିମଧ୍ୟରେ ଓଡ଼ିଶାକୁ ଆସିବାକୁ ରାଜି ହୋଇଛନ୍ତି ।ରମେଶ ତାଙ୍କୁ ୩୫ ଲକ୍ଷ ଟଙ୍କାର ଚୁନା ଲଗାଇଥିଲା ।ଅନ୍ୟପକ୍ଷରେ ରମେଶଙ୍କୁ ପୋଲିସ ୩ ଦିନିଆ ରିମାଣ୍ଡରେ ଆଣିଥିବା ବେଳେ ମେଡିକାଲ ସିଟ୍ ଠକେଇ ବାବଦରେ ଖୋଳତାଡ଼ କରିବାକୁ ଯୋଜନା କରିଛି ପୋଲିସ ।ରମେଶ ୧୮ ଜଣଙ୍କୁ ବିବାହ କରି ୧୬ ଜଣଙ୍କୁ ଠକିଥିବାର ପ୍ରମାଣ ପୋଲିସ ପାଖରେ ରହିଛି ।ଦୁଇଦିନ ପୂର୍ବରୁ ୧୯ ଜଣ ପତ୍ନୀ ମଧ୍ୟ ରମେଶଙ୍କ ବିରୋଧରେ ଅଭିଯୋଗ କରିଥିଲେ ।କୋଲକାତାରେ ରହୁଥିବା ୧୭ ନମ୍ବର ପତ୍ନୀ ରମେଶଙ୍କ ନାମରେ ମହିଳା ଥାନାରେ ଅଭିଯୋଗ କରିଥିବା ବେଳେ ଭୁବନେଶ୍ୱର ଆସି ପୋଲିସକୁ ସହଯୋଗ କରିବାକୁ ସହମତି ପ୍ରକାଶ କରିଛନ୍ତି ।ମେଡ଼ିକାଲ୍ ସିଟ୍ ଓ ଚାକିରି କରାଇଦେବା ନାଁରେ ୧୦ କୋଟିରୁ ଅଧିକ ଟଙ୍କା ଠକେଇ ହୋଇଥିବା ଜଣାପଡ଼ିବା ପରେ ଡିସିପି ଏକ ସ୍ପେଶାଲ ଯାଞ୍ଚକାରୀ ଟିମ୍ (ଏସଆଇଟି) ଗଠନ କରିଛନ୍ତି ।
ଏହି ଏସଆଇଟିକୁ ଜଣେ ଅତିରିକ୍ତ ଡିସିପି ପରିଚାଳନା କରିବେ ।ଏଥିରେ ସାଇବର ଓ ଅର୍ଥନୈତିକ ଥାନାର ଅଫିସରମାନେ ସାମିଲ୍ ହେବେ ।ରମେଶଙ୍କର ଗୋଟିଏ ପୁଅ ଓ ଝିଅ ରାଜ୍ୟ ବାହାରେ ରହୁଥିବା ବେଳେ ଅନ୍ୟ ଜଣେ ଭୁବନେଶ୍ୱରରେ ରହୁଛନ୍ତି ।ତେଣୁ ପୋଲିସ ତାଙ୍କୁ ପଚରାଉଚରା କରିବ ।ବର୍ତ୍ତମାନ ସୁଦ୍ଧା ରମେଶଙ୍କ ନାମରେ ମହିଳା ଥାନାରେ ୪ଟି, ଖଣ୍ଡଗିରିରେ ୩ଟି, ଭୟତପୁରରେ ୨ଟି, ମଙ୍ଗଳାବାଗରେ ୨ଟି, ପାଟକୁରାରେ ୧ଟି ଓ ସାଇବର ଥାନାରେ ଗୋଟିଏ ମାମଲା ରୁଜୁ ହୋଇଛି ।
www. socialnewsodiaofficial.blogspot.com
0 Comments