Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

୫୦ ଲକ୍ଷର ବଟି ଧମକ୍; ୫୦ ଲକ୍ଷ ଦିଅ ନହେଲେ ଜୀବନରୁ ମାରିଦେବି ବୋଲି ଦେଉଥିଲେ ଧମକ, ଅଭିଯୁକ୍ତଙ୍କୁ ବାନ୍ଧିଲା କଟକ ପୋଲିସ-ଅଭିଯୁକ୍ତ ହେଉଛି ଇମ୍ରୋଜ ଅନସାରୀ ଘର ଝାଡ଼ଖଣ୍ଡର ମଝଗାଁ ଥାନା ଅନ୍ତର୍ଗତ ଖରପୋଷ୍ଟ ଗ୍ରାମରେ ।

 


03 FEBRUARY-2022


📌


BY: SRINIBASH ROUT

ଡ଼ାକ୍ତରଙ୍କୁ ଧମକ ଦେଇ ବନ୍ଧା ହେଲେ ଝାଡଖଣ୍ଡ ଯୁବକ ।ସିଫା ଡ଼ାକ୍ତରଖାନାରେ କାର୍ଯ୍ୟରତ ଥିବା ଡ଼ାକ୍ତର ସାମି ସଲିମଙ୍କୁ ଫୋନ୍‌ କରି ୫୦ ଲକ୍ଷ ଟଙ୍କା ଦେବାକୁ ଧମକ୍ ଦେଇଥିଲେ ଯୁବକ ।ଟଙ୍କା ନ ଦେଲେ ତାଙ୍କୁ ଅପହରଣ କରିବା ଧମକ୍ ମଧ୍ୟ ଦେଉଥିଲେ। ଏହାକୁ ନେଇ ଡ଼ାକ୍ତର ବିଡ଼ାନାସୀ ଥାନାରେ ଏକ ଏତଲା ଦେଇଥିଲେ। ଉକ୍ତ ଏତଲାକୁ ଭିତ୍ତି କରି କଟକ ପୋଲିସ ଝାଡ଼ଖଣ୍ଡ ପୋଲିସର ସହାୟତାରେ ଫୋନ୍‌କୁ ଟ୍ରାକ୍‌ କରି ଆଜି ଅର୍ଥାତ୍ ବୁଧବାର ୦୨ ତାରିଖ ଅଭିଯୁକ୍ତ ଇମ୍ରୋଜ ଅନସାରୀ ଙ୍କୁ ବାନ୍ଧିବା ରେ ସଫଳ ହୋଇଛି। ଏହାପୂ୍ର୍ବରୁ ମଧ୍ୟ ଅଭିଯୁକ୍ତ ଜଣଙ୍କ ବିଭିନ୍ନ ସମୟରେ ବିଭିନ୍ନ ଲୋକଙ୍କୁ ଧମକ୍ ଦେଇ ଟଙ୍କା ମାଗୁଥିବା ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଛି ।ଏପରିକି ଝାଡ଼ଖଣ୍ଡର ଜଣେ ବର୍ତ୍ତମାନର ବିଧାୟକଙ୍କୁ ମଧ୍ୟ ଧମକ୍ ଦେଇ ଟଙ୍କା ମାଗୁଥିବା କହିଛନ୍ତି କଟକ ଜୋନ୍-୩ ଏସିପି ତାପସ ପ୍ରଧାନ ।ତେବେ ଗିରଫ ଅଭିଯୁକ୍ତର ନକ୍ସଲ ସମ୍ପୃକ୍ତି ଅଛି କି ନାହିଁ ସେ ନେଇ ପୋଲିସ ଅଧିକ ତଦନ୍ତ କରୁଛି ।




www. socialnewsodiaofficial.blogspot.com

Post a Comment

0 Comments