Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ପୁରୀରେ ଏଏସଆଇ ଡିଜି; ଦୁଇ ଦିନିଆ ଓଡିଶା ଗସ୍ତରେ ଏଏସଆଇ ଡିଜି ଭି. ବିଦ୍ୟାବତୀ ଆସିଛନ୍ତି, ଓଡିଶାରେ ପହଞ୍ଚି ପ୍ରଥମେ ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବା ସହ ପରିକ୍ରମା ମାର୍ଗ ପ୍ରକଳ୍ପ ମାଷ୍ଟର ପ୍ଲାନର ସମୀକ୍ଷା କରିଛନ୍ତି ଭି.ବିଦ୍ୟାବତୀ ।

 


22-FEBRUARY-2022


📌


BY: SRINIBASH ROUT

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ASI DG ଭି.ବିଦ୍ୟାବତୀ ।ଆଜି ଅର୍ଥାତ୍ ସୋମବାର ୨୧ ତାରିଖ ସେ ପ୍ରଥମେ ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବା ସହ ପରିକ୍ରମା ମାର୍ଗ ପ୍ରକଳ୍ପ ମାଷ୍ଟର ପ୍ଲାନର ସମୀକ୍ଷା କରିଛନ୍ତି ।ଏହି ସମୟରେ ଯୋଗଦେଲେ ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପି ଓ ଠିକା ସଂସ୍ଥା ।ଏହା ପରେ ଟାଟା ପାୱାର, ଓବିସିସି, ପୌରପାଲିକା, ଏଏସଆଇର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ପ୍ରକଳ୍ପ ନେଇ ପ୍ରାୟ ଦେଢ଼ ଘଣ୍ଟା କାଳ ସମୀକ୍ଷା କରିଛନ୍ତି ।ଓଡ଼ିଶାରେ ଏଏସଆଇ ଦ୍ୱାରା ବିଭିନ୍ନ କାର୍ଯ୍ୟ ଜାରି ରହିଥିବାବେଳେ ଏହାର ତଦାରଖ ପାଇଁ ଓଡ଼ିଶା ଆସିଛନ୍ତି ଏସଏସଆଇ ଡିଜି । ଶ୍ରୀମନ୍ଦିର ସହିତ ଲିଙ୍ଗରାଜ ମନ୍ଦିରରେ ମଧ୍ୟ ଜାରି ରହିଥିବା କାର୍ଯ୍ୟର ତଦାରଖ କରିବେ ଭି.ବିଦ୍ୟାବତୀ ।ଗତବର୍ଷ ନଭେମ୍ୱର ୨୪ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ ହୋଇଥିଲା ।ଗଜପତି ମହାରାଜା ଶିଳାନ୍ୟାସ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଥିଲେ ।ଏହି ପରିକ୍ରମା ଯୋଜନା ନିମନ୍ତେ ପ୍ରାୟ ୮ଶହ କୋଟି ଟଙ୍କା ଖର୍ଚ୍ଚ ହେବ ।ବିଶ୍ୱାସର ସହର ପୁରୀ ହେବ ବିଶ୍ୱ ଐତିହ୍ୟ ନଗରୀ ।ଟାଟା ପ୍ରୋଜେକ୍ଟ ଏହି କାର୍ଯ୍ୟର ଦାୟିତ୍ବ ନେଇଥିବା ବେଳେ, ପ୍ରଥମେ ଶ୍ରୀମନ୍ଦିର ଚତୁଃପାର୍ଶ୍ବର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯିବ ।



ସେପଟେ,ଆଜିଠାରୁ ବିନା କୋଭିଡ ଟିକା ଓ କୋଭିଡ ପ୍ରମାଣପତ୍ରରେ ଚାଲିଛି ଜଗା ଦର୍ଶନ । ଲାଗୁ ହୋଇଥିବା ନୂଆ SOP କାର୍ଯ୍ୟକାରୀ ହୋଇଛି । କୋଭିଡ଼ ନିୟମ ମାନି ମାସ୍କ ପରିଧାନ ଓ ସାନିଟାଇଜ ହୋଇ ଦର୍ଶନ ପାଇଁ ଭକ୍ତ ମନ୍ଦିର ପ୍ରବେଶ କରୁଛନ୍ତି। ପୂର୍ବଭଳି କିନ୍ତୁ ସକାଳ ୬ ଟାରୁ ରାତି ୯ଟା ପର୍ଯ୍ୟନ୍ତ ଦର୍ଶନ ପାଇଁ ଅନୁମତି ରଖାଯାଇଥିବା ବେଳେ ରବିବାର ବନ୍ଦ ରହିବ ଶ୍ରୀମନ୍ଦିର ।କରୋନା ସଂକ୍ରମଣ ହ୍ରାସ ପାଇବା ପରେ ଗତ ୧୪ ତାରିଖରେ ଛତିଶାନିଯୋଗ ବୈଠକରେ କଟକଣା କୋହଳ ନେଇ ନିଷ୍ପତ୍ତି ହୋଇଥିଲା ।



www. socialnewsodiaofficial.blogspot.com

Post a Comment

0 Comments