Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ଆତ୍ମ ସମର୍ପଣ ପାଇଁ ମାଓବାଦୀଙ୍କୁ ଆହ୍ୱାନ; ନୂତନ ପୋଲିସ ମହାନିର୍ଦ୍ଦେଶକ (ଡ଼ିଜି)ସୁନୀଲ କୁମାର ବଂଶଲ କନ୍ଧମାଳ ଜିଲ୍ଲା ଗସ୍ତ କରି ମାଓବାଦୀ ଦମନ ଉପରେ ସମୀକ୍ଷା କରିଛନ୍ତି-ପଞ୍ଚାୟତ ନିର୍ବାଚନ ପୂର୍ବରୁ ସୁରକ୍ଷା ନେଇ ରଣନୀତି ପ୍ରସ୍ତୁତି ।

 


12-FEBRUARY-2022


📌


BY: SRINIBASH ROUT

ନୂତନ ପୋଲିସ ମହାନିର୍ଦ୍ଦେଶକ (ଡ଼ିଜି) ସୁନୀଲ କୁମାର ବଂଶଲ ଶୁକ୍ରବାର ୧୧ ତାରିଖ କନ୍ଧମାଳ ଜିଲ୍ଲା ଗସ୍ତ କରି ମାଓବାଦୀ ଦମନ ଉପରେ ସମୀକ୍ଷା କରିଛନ୍ତି। ଆଉ ଦିନ କେଇଟା ପରେ ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଦକ୍ଷିଣାଞ୍ଚଳ ଓ ପଶ୍ଚିମାଞ୍ଚଳ ପୋଲିସ ରେଞ୍ଜରେ ମାଓ ହିଂସା ଦେଖିବାକୁ ମିଳିଛି। ତେଣୁ ଏହି ଦୁଇ ରେଞ୍ଜର ମାଓ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବାକୁ ଡିଜିଙ୍କ ଏହି ଗସ୍ତ ରହିଥିଲା। ତେବେ ଦାୟିତ୍ୱ ନେବା ପରେ ଡ଼ିଜି ସୁନୀଲ ବଂଶଲଙ୍କ ଏହା ପ୍ରଥମ କନ୍ଧମାଳ ଗସ୍ତ ଥିଲା। ଶୁକ୍ରବାର ଡ଼ିଜି ସୁନୀଲ୍‍ ବଂଶଲ୍‍ ଫୁଲବାଣୀ ଠାରେ ପହଞ୍ଚିବା ପରେ ଦକ୍ଷିଣାଞ୍ଚଳ ଓ ପଶ୍ଚିମାଞ୍ଚଳ ରେଞ୍ଜର ୧୦ ଜିଲ୍ଲାର ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିଛନ୍ତି। ମାଓବାଦୀ ପ୍ରବଣ ୫ଟି ଜିଲ୍ଲାରେ ସେମାନଙ୍କୁ ଦମନ କରାଯିବା ଲାଗି ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ ହୋଇଛି। ହେଲେ ମାଓବାଦୀମାନେ ହିଂସା ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଡ଼ିଜି ଆହ୍ବାନ ଦେଇଛନ୍ତି। ଏହି ସମୀକ୍ଷା ବୈଠକରେ ଡ଼ିଜିଙ୍କ ସମତେ ଡ଼ାଇରେକ୍ଟର ଅଫ୍‍ ଇଣ୍ଟଲିଜେନ୍ସ ଲଳିତ ଦାସ, ଡିଜି ଏସ୍‍ଏପି ମନୋଜ ଛାବ୍ରା, ଆଇଜି ଅପରେସନ ଅମିତାଭ ଠାକୁର, ଡିଆଇଜି ଏସ୍‍ଆଇଡବ୍ଲ୍ୟୁ ଅନିରୁଧ ସିଂ, ଆଇଜି ବିଏସ୍‍ଏଫ୍‍ଏସ୍‍.ବୁଦ୍ଧ କୋଟି, ଆଇଜି ବ୍ରହ୍ମପୁର ସତ୍ୟବ୍ରତ ଭୋଇ, ଆଇଜି ସମ୍ୱଲପୁର ଦୀପକ କୁମାରଙ୍କ ସମତେ ମାଓ ପ୍ରବଣ ଅଞ୍ଚଳର ୫ ଏସ୍.ପି ଜଣେ ଏସ୍‍ଡିପିଓ ଉପସ୍ଥିତ ଥିଲେ। ମାଓବାଦୀ ରହୁଥିବା ସ୍ଥାନରେ କୋମ୍ବିଂକୁ ଜୋର୍‌ଦାର କରାଯିବା ସହ ଗୁଇନ୍ଦା ରିପୋର୍ଟକୁ ଡ଼ିଜି ପ୍ରାଧାନ୍ୟ ଦେଇଥିଲେ ।


ସେପଟେ ମାଓପ୍ରବଣ ଅଞ୍ଚଳରେ ପଞ୍ଚୟତ ନିର୍ବାଚନ କିଭଳି ସ୍ୱଚ୍ଛ ଓ ଅବାଧ ହେବ ତାହା ଉପରେ ବିଶେଷ ଦୃଷ୍ଟି ଦିଆଯାଇଥିବା କହିଛନ୍ତି ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ।




www. socialnewsodiaofficial.blogspot.com

Post a Comment

0 Comments