Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ହେଲ୍‌ମେଟ୍‌ ପିନ୍ଧିବାକୁ ବାଧ୍ୟ; ୪ ବର୍ଷରୁ କମ୍‌ ପିଲାଙ୍କୁ ଦୁଇଚକିଆ ଗାଡ଼ିରେ ବସାଇ ଯାତ୍ରା କରୁଥିଲେ କଡ଼ା ସଡ଼କ ନିୟମର ପାଳନ କରିବାକୁ ପଡ଼ିବ-ନିୟମ ଉଲ୍ଲଂଘନ କଲେ ୧୦୦୦ ଟଙ୍କା ଜୋରିମାନା ଏବଂ ଡ୍ରାଇଭିଂ ଲାଇସେନ୍ସକୁ ତିନିମାସ ସ୍ଥଗିତ ରଖାଯିବ ।

 


20-FEBRUARY-2022


📌


BY: SRINIBASH ROUT

୪ ବର୍ଷରୁ କମ୍‌ ପିଲାଙ୍କ ପାଇଁ ହେଲ୍‌ମେଟ୍‌ ପିନ୍ଧିବା ବାଧ୍ୟତାମୂଳକ ।ପିଲାଙ୍କ ପାଇଁ ସୁରକ୍ଷାକୁ ମଜଭୁତ କରିବା ନିମନ୍ତେ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଚାରି ବର୍ଷରୁ କମ୍ ପିଲାମାନଙ୍କୁ ଦୁଇ ଚକିଆ ଯାନରେ ପରିବହନ ପାଇଁ ନୂତନ ସୁରକ୍ଷା ନିୟମକୁ ସୂଚିତ କରିଛି। ନୂତନ ଟ୍ରାଫିକ୍ ନିୟମ ଚାଳକମାନଙ୍କ ପାଇଁ ପିଲାମାନଙ୍କ ପାଇଁ ହେଲ୍‌ମେଟ୍‌ ଏବଂ ହର୍ଣ୍ଣ ବେଲ୍ଟ ବ୍ୟବହାର କରିବା ସହିତ ଏହାର ବେଗକୁ ମାତ୍ର ୪୦ କିଲୋମିଟର ପର୍ଯ୍ୟନ୍ତ ସୀମିତ କରିବା ବାଧ୍ୟତାମୂଳକ କରାଜାଇଛି ।ଏହାସହିତ ସେମାନଙ୍କ ସୁରକ୍ଷା ଲାଗି ସେଫ୍ଟି ହାର୍ଣ୍ଣେସ ବେଲ୍‌ଟର ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି ।ନିୟମର ଉଲ୍ଲଂଘନ କଲେ ୧୦୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ । ଏହାସହିତ ୩ ମାସ ପାଇଁ ଚାଳକଙ୍କ ଲାଇସେନ୍ସକୁ ବାତିଲ କରି ଦିଆଯିବ ।


ଏହି ନୂତନ ଟ୍ରାଫିକ ନିୟମ ଆସିବା ପରେ ଭାରତ ଉକ୍ତ ବଛା ବଛା ଦେଶଗୁଡ଼ିକ ମଧ୍ୟରେ ସାମିଲ ହେବ, ଯେଉଁଠାରେ ବୟସ ହିସାବରେ ସଡ଼କ ସୁରକ୍ଷା ନିୟମ ରହିଛି ଏବଂ ଛୋଟ ପିଲାଙ୍କ ପାଇଁ ବି ସୁରକ୍ଷା ମାନଦଣ୍ଡ ଅଛି ।



www. socialnewsodiaofficial.blogspot.com

Post a Comment

0 Comments