Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ନକଲି ଧୂପକାଠି ଫ୍ୟାକ୍ଟ୍ରି ଠାବ; କଟକ ଗଙ୍ଗା ମନ୍ଦିର ଅଞ୍ଚଳରେ ନକଲି ଧୂପକାଠି ଫ୍ୟାକ୍ଟ୍ରି ଠାବ-ବ୍ରାଣ୍ଡ ନାଁରେ ବିକ୍ରି ହେଉଥିଲା ନକଲି ସମଗ୍ରୀ, ନକଲି ଧୂପକାଠି ପ୍ରସ୍ତୁତି ସରଞ୍ଜାମ ସହ ଖୋଳ ଜବତ ।



27-FEBRUARY-2022


📌


BY: SRINIBASH ROUT

କଟକରୁ ପୁଣି ନକଲି ସାମଗ୍ରୀ ଠାବ। ଗତ କିଛି ଦିନ ଧରି ନକଲି ଘିଅ, ସସ୍, ସିମେଣ୍ଟ, ଗୁଟୁଖା, ମସଲା, ଆଦି ଠାବ କରାଯାଇଥିଲା ।ଶନିବାର ୨୬ ତାରିଖ ପୁଣି ନକଲି ଧୂପକାଠି କାରଖାନାରେ ଚଢାଉ କରାଯାଇଛି ।କଟକ ଗଙ୍ଗା ମନ୍ଦିର ଅଞ୍ଚଳରେ ନକଲି ଧୂପକାଠି କାରଖାନାରେ ଲାଲବାଗ ଥାନା ପୋଲିସ ପକ୍ଷରୁ ଚଢାଉ କରାଯାଇଛି ।ଚଢ଼ଉ ବେଳେ ପାଖାପାଖି ୨୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ନକଲି ଧୂପକାଠି, ଧୂପକାଠି ପ୍ରସ୍ତୁତ ପାଇଁ ସରଞ୍ଜାମ ଓ ନାମୀ ଦାମୀ ବ୍ରାଣ୍ଡ୍‌ର ଖୋଳ ଜବତ କରାଯାଇଛି। ଏହି ଘଟଣାରେ କାରଖାନା ମାଲିକଙ୍କ ସମେତ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଥିବା ଲାଲବାଗ ଥାନା ଅଧିକାରୀ ରବିନାରାୟଣ ଭଞ୍ଜ କହିଛନ୍ତି। ଭଞ୍ଜଙ୍କ ସୂଚନା ଅନୁଯାୟୀ, ପ୍ରାୟ ୧୦ ବର୍ଷ ହେବ ଉକ୍ତ କାରଖାନାରେ ଏଭଳି ବେଆଇନ୍ କାରବାର ଚାଲିଥିଲା। ମାଲିକ କଲିକତାରୁ ନକଲି ଧୂପକାଠି ଓ ଅତର କିଣି ଆଣୁଥିଲେ। ପରେ କାରଖାନାରେ ଉକ୍ତ ଧୂପକାଠିରେ ମୋକ୍ଷ ସମାଜ କମ୍ପାନୀର ଧୂପକାଠି ଭଳି ବାସ୍ନା ଦେବା ପାଇଁ ଅତର ମିଶାଉଥିଲେ ।ଏହାକୁ ଉକ୍ତ କମ୍ପାନୀର ଖୋଳରେ ଭର୍ତ୍ତିକରି ବିକ୍ରି ପାଇଁ ବଜାରକୁ ଛାଡୁଥିଲେ। ଏ ସମ୍ପର୍କରେ ଖବର ମିଳିବା ପରେ ପୋଲିସ ସେଠାରେ ଚଢ଼ାଉ କରିଥିଲା। ଏହି ଧୂପକାଠି କେଉଁ ସ୍ଥାନକୁ ଯାଉଥିଲା ଓ ଏହି ଘଟଣାରେ ଅନ୍ୟ କାହାର ସମ୍ପୃକ୍ତି ଅଛି କି ନାହିଁ ସେ ସମ୍ପର୍କରେ ତଦନ୍ତ ଜାରି ରହିଥିବା ଭଞ୍ଜ କହିଛନ୍ତି।



www. socialnewsodiaofficial.blogspot.com

Post a Comment

0 Comments