15-FEBRUARY-2022
📌
BY: SRINIBASH ROUT
ରାଜ୍ୟରେ ପାଖେଇ ଆସୁଛି ପଞ୍ଚାୟତ ନିର୍ବାଚନ ।ଏହାରି ମଧ୍ୟରେ ଆୟୋଜିତ ଏକ ପ୍ରେସମିଟରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ।ତାଙ୍କ କହିବା ମୁତାବକ, ମତଦାନର ୩୬ ଘଣ୍ଟା ପୂର୍ବରୁ ଲାଗୁ ହେବ କଟକଣା ।୩୬ ଘଣ୍ଟା ପୂର୍ବରୁ ଡ଼ାକବାଜି ପ୍ରଚାର ବନ୍ଦ୍ ହେବ । ୧୪ ତାରିଖ ସନ୍ଧ୍ୟା ୭ଟାରୁ ଆଉ ପ୍ରଚାର ହେବ ନାହିଁ ।ପ୍ରଚାର କଟକଣା ଲାଗୁ ପରେ ବାହାର ନେତା ରହିପାରିବେନି ।ସମ୍ବେଦନଶୀଳ ବୁଥରେ ଭିଡ଼ିଓ ରେକର୍ଡିଂ ଓ ସିସିଟିଭି ବ୍ୟବସ୍ଥା ରହିବ ।ସୂଚନା ଅନୁଯାୟୀ, ପ୍ରଥମ ପର୍ୟ୍ୟାୟ ୧୬ ତାରିଖରେ ୩୦ ଜିଲ୍ଲା ୭୧ ବ୍ଲକ୍ ୨୦୦ ଜିଲ୍ଲା ପରିଷଦ, ୧୬୬୯ ପଞ୍ଚାୟତ, ୨୨ ହଜାର ୩୭୯. ୱାର୍ଡ଼ ମେମ୍ବର୍ ପାଇଁ ହେବ ନିର୍ବାଚନ । ୬୭.୫୧ ଲକ୍ଷ ଭୋଟର ମତଦାନ କରିବେ ।ମତଦାନ କେନ୍ଦ୍ର ଅଭିମୁଖେ ୧୪ ଓ ୧୫ରୁ ପୋଲିଂ ଅଧିକାରୀ ବାହାରିବେ ।
www. socialnewsodiaofficial.blogspot.com
0 Comments