Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ପୁଣି ଅଡୁଆରେ ସମୀର ୱାଙ୍ଖଡେ; ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ପୂର୍ବତନ ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେ ଠକେଇ ଅଭିଯୋଗ ଫସିଛନ୍ତି-ଅବକାରୀ ବିଭାଗ ପକ୍ଷରୁ ସମୀରଙ୍କ ବିରୋଧରେ ଜାଲିଆତି ଅଭିଯୋଗ ଆସିଛି ।

 


20-FEBRUARY-2022


📌


BY: SRINIBASH ROUT

NCB ଅଫିସର ତଥା ପୂର୍ବତନ ମୁମ୍ବାଇ ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କ ପିଛା ଛାଡୁନି ଅଡୁଆ ।ପୁଣି ତାଙ୍କ ବିରୋଧରେ ଆସିଛି ଠକେଇ ଅଭିଯୋଗ। ଅବକାରୀ ବିଭାଗ ପକ୍ଷରୁ ସମୀରଙ୍କ ବିରୋଧରେ ଜାଲିଆତି ଅଭିଯୋଗ ଆସିଛି ।ଏନେଇ ମହାରାଷ୍ଟ୍ର ଥାନେ ଜିଲ୍ଲା କୋପାରୀ ପୋଲିସ ଷ୍ଟେସନରେ ସମୀରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।ଅଭିଯୋଗ ମୁତାବକ, ୧୯୯୬-୯୭ ମଧ୍ୟରେ ସମୀର ୱାଙ୍ଖଡେଙ୍କ ବୟସ ୧୮ ବର୍ଷରୁ କମ୍‌ ଥିଲା। ସେ ସେହି ସମୟରେ ଏକ ଚୁକ୍ତିନାମା କରିବାକୁ ମଧ୍ୟ ଯୋଗ୍ୟ ନଥିଲେ। କିନ୍ତୁ ଥାଣେର ସଦ୍‌ଗୁରୁ ହୋଟେଲ ଓ ବାର୍‌ ପାଇଁ ଲାଇସେନ୍ସ ହାସଲ କରିବା ଲାଗି ଷ୍ଟାମ୍ପ ପେପର୍‌ ନିଜ ବୟସ ୧୮ ବର୍ଷ ବୟସରୁ ଉର୍ଦ୍ଧ୍ୱ ଥିବା ଦାବି କରିଥିଲେ। ସମୀର ୱାଙ୍ଖଡେ ମିଛ କହି ବାରର ଲାଇସେନ୍ସ ହାସଲ କରିଥିଲେ। ନିଜ ବୟସରେ ସେ ଜାଲିଆତି କରିଥିବା ଅବକାରୀ ବିଭାଗ ଅଭିଯୋଗ କରିଛି। ଏହି ଅଭିଯୋଗକୁ ଆଧାର କରି ଆଗାମୀ ସମୟରେ ସମୀର ୱାଙ୍ଖଡେଙ୍କ ଅଡୁଆ ବଢ଼ିପାରେ। ତାଙ୍କୁ ଅନେକ ଜେରାର ସମ୍ମୁଖୀନ ହେବାକୁ ପଡିପାରେ। ଏପରିକି ସେ ଜେଲ୍‌ ମଧ୍ୟ ଯାଇପାରନ୍ତି ବୋଲି ଆଶଙ୍କା କରାଯାଉଛି।



(ଏହା ପୂର୍ବରୁ ସମୀରଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିଥିଲା ।ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ କେସ୍‌ ମାମଲାରେ ଜଣେ ସ୍ବତନ୍ତ୍ର ସାକ୍ଷୀ ଏହି ଅଭିଯୋଗ ଆଣିଥିଲେ)




www. socialnewsodiaofficial.blogspot.com

Post a Comment

0 Comments