Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ଭିଜିଲାନ୍ସ ଜାଲରେ କୋଟିପତି ଶିକ୍ଷକ; ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ କୋଟିପତି ଶିକ୍ଷକ ଶିଶିରକାନ୍ତ ସେମିଳି, ଜବତ ହେଲା ୪ କୋଟି ୭୩ ଲକ୍ଷ ୮୪ହଜାର ୪୭୫ ଟଙ୍କାର ସମ୍ପତ୍ତି ।

 



01-FEBRUARY-2022


📌


BY: SRINIBASH ROUT

କାର୍ଯ୍ୟରତ ଶିକ୍ଷକ ଶିଶିର ସେମେଳି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍ କମ୍ପାର ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଶିଶିରକାନ୍ତ ସେମିଳିଙ୍କୁ ଗିରଫ କରିଛି ଭିଜିଲାନ୍ସ ।ସୂଚନାଯୋଗ୍ୟ ଯେ, କମ୍ପାର ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶିଶିର କୁମାର ସିମିଳି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍ସ ନିକଟରେ ସୂଚନା ମିଳିଥିଲା ।ସୂଚନା ମିଳିବା ପରେ ଏକ ସ୍ବତନ୍ତ୍ର ଭିଜିଲାନ୍ସ ଟିମ୍ ଶନିବାର ୨୯ ତାରିଖରେ ଶିଶିର ଙ୍କ ନୂଆପଡା ସ୍ଥିତ ଘରେ ଚଢ଼ାଉ କରିଥିଲେ ।ଚଢ଼ାଉ ସମୟରେ ଶିଶିରକାନ୍ତ ସେମିଳିଙ୍କ ଘରୁ ମୋଟ୍ ୪ କୋଟି ୭୩ ଲକ୍ଷ ୮୪ହଜାର ୪୭୫ ଟଙ୍କାର ସମ୍ପତ୍ତି ଠାବ ହୋଇଥିଲା ।ନଗଦ ୨ଲକ୍ଷ ୮୮ ହଜାର ଟଙ୍କା ଜବତ ହୋଇଥିବା ବେଳେ ୨୨ଲକ୍ଷ ୩୪ ହଜାର ବ୍ୟାଙ୍କ ଜମାରାଶି ଓ ୨ଲକ୍ଷ ୮୩ହଜାର ଟଙ୍କାର ବୀମା ରହିଛି ।ରାୟଗଡ଼ା ଡୋରାଗୁଡ଼ାରେ ରହିଛି ଦୁଇଟି ତିନି ମହଲା କୋଠା ଓ ୩ଟି ଦୁଇ ମହଲା କୋଠା । ୪୦୮ ଗ୍ରାମ୍ ସୁନା ଅଳଙ୍କାର ଓ ୨୨୯ ଗ୍ରାମ୍ ରୁପା ଅଳଙ୍କାର ମିଳିଥିଲା । ୧୨ ଲକ୍ଷ ୫୦ ହଜାର ଟଙ୍କାର ଗୋଟିଏ ଇନୋଭା ଗାଡ଼ି ବି ରହିଛି ।ଅପରପକ୍ଷରେ ବ୍ୟାଙ୍କ୍ ଜମା ସମ୍ପର୍କରେ ସୂଚନା ମିଳିନାହିଁ ।ତଦନ୍ତ ପରେ ବ୍ୟାଙ୍କ୍ ଜମା ଓ ବୀମା ଯୋଜନା ସମ୍ପର୍କରେ ଜଣାପଡ଼ିବ ବୋଲି ଭିଜିଲାନ୍ସ କର୍ତ୍ତୃପକ୍ଷ କହିଛନ୍ତି ।ହେଲେ ଏତେ ସମ୍ପତ୍ତି କିଭଳି ସେ ଠୁଳ କରିଥିଲେ ତାହା ଜଣାପଡିନାହିଁ ।ଶିଶିର ଶିକ୍ଷକ ଥିବାବେଳେ ତାଙ୍କ ପତ୍ନୀ ଜଣେ ଅଙ୍ଗନଓ୍ବାଡୀ କର୍ମୀ ଅଟନ୍ତି ।





www. socialnewsodiaofficial.blogspot.com

Post a Comment

0 Comments