Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ଅତିରିକ୍ତ ଏସପିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ; ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅତିରିକ୍ତ ଏସପି କମ୍ୟୁନିକେସନ୍ ତ୍ରିନାଥ ମିଶ୍ରଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି-ଏସ୍.ପି ତ୍ରିିନାଥ ମିଶ୍ରଙ୍କ ବିରୋଧରେ ବେଆଇନ୍ ସମ୍ପତ୍ତି ଠୁଳ ନେଇ ଅଭିଯୋଗ ଆସିଥିଲା ।

 



15-FEBRUARY-2022


📌


BY: SRINIBASH ROUT

ପୋଲିସ କମ୍ୟୁନିକେସନ୍ ଅତିରିକ୍ତ ଏସ୍.ପି ତ୍ରିନାଥ ମିଶ୍ରଙ୍କ ଘରେ ମଙ୍ଗଳବାର ୧୫ ତାରିଖ ଭିଜିଲାନ୍ସ ଚଢ଼ାଉ କରିଛି। କଟକ ଭିଜିଲାନ୍ସ ଟିମ୍ ସରକାରୀ ବାସଭବନ ସମେତ ଏକକାଳୀନ ୧୫ଟି ସ୍ଥାନରେ ଚଢାଉ କରାଯାଉଛି ।ଚଢାଉ ବେଳେ ପୋଲିସ ବାବୁଙ୍କ ଘରୁ ଵିପୁଲ ସମ୍ପତ୍ତି ଠାବ ହୋଇଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି ।କଟକ, ଭୁବନେଶ୍ୱର, ଯାଜପୁର, କୋରାପୁଟରେ ଥିବା ଘରେ ଏକକାଳୀନ ଚଢ଼ାଉ ହୋଇଛି। ଏହି ଚଢ଼ାଉରେ ୩ ଜଣ ଏଏସପି, ୧୦ ଜଣ ଡିଏସପି, ୧୩ ଇନ୍ସପେକ୍ଟର୍ ଓ ଅନ୍ୟାନ୍ୟ କର୍ମଚାରୀ ମାନେ ସାମିଲ ଥିବା ଜଣାପଡିଛି। ତ୍ରିନାଥ ମିଶ୍ର କମିଶନରେଟ ପୋଲିସରେ ଦୀର୍ଘ ଦିନ ଧରି କାର୍ଯ୍ୟରତ ଥିଲେ ।ବିଭିନ୍ନ ଥାନାରେ ଆଇଆଇସି, ଜୋନ୍ ଏସିପି ଓ ଆଡ଼ସିନାଲ ଡିସିପି ଭାବେ କାମ କରିଛନ୍ତି ।ଚଢ଼ାଉ ବେଳେ ନାମୀଦାମୀ ଗାଡ଼ି, ସୁନା-ରୁପା ଗହଣା, ନଗଦ ଟଙ୍କା ଓ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି । ପାଖାପାଖି ୩କୋଟି ଟଙ୍କାରୁ ଉର୍ଦ୍ଧ ସମ୍ପତ୍ତି ଠାବ କାଯାଇଥିବା ସୂଚନା ମିଳିଛି ।ଏବେ ଚଢ଼ାଉ ଜାରି ରହିଥିବା ବେଳେ ସମ୍ପତ୍ତିର ତାଲିକା ଆହୁରି ବଢିବା ସମ୍ଭାବନା ରହିଛି ।



www. socialnewsodiaofficial.blogspot.com

Post a Comment

0 Comments