03-FEBRUARY-2022
📌
BY: SRINIBASH ROUT
ଦୁର୍ନୀତିଗ୍ରସ୍ତ ଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇ ପୁଣି ଥରେ ଉଦାହରଣ ପାଲଟିଲେ ରାଜ୍ୟ ସରକାର। ଦାର୍ଘ ଦୁଇ ଦଶନ୍ଧି ପରେ ଦୁର୍ନୀତିରେ ଲିପ୍ତ ଥିବା ବରିଷ୍ଠ IAS ଅଧିକାରୀ ବିନୋଦ କୁମାରଙ୍କୁ ଚାକିରିରୁ ବିଦା କରାଯାଇଛି। ଦୁର୍ନୀତି ଅଭିଯୋଗ ପ୍ରମାଣିତ ହେବାରୁ ତାଙ୍କୁ ଚାକିରୀରୁ ବିଦା କରାଯାଇଥିବା ନେଇ ବୁଧବାର ୦୨ ତାରିଖ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ଅନୁସାରେ, ବିନୋଦ କୁମାରଙ୍କ ବରଖାସ୍ତ ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ କେନ୍ଦ୍ର ପକ୍ଷରୁ ସମ୍ମତି ଦିଆଯାଇଛି। ସେ ୧୯୯୯ ମହାବାତ୍ୟା ପରେ ନକଲି ଫାର୍ମ ତଥା ବ୍ୟକ୍ତିଙ୍କୁ ଅନୁଗ୍ରହ ଦେଖାଇଥିଲେ। ଅନୁଚିତ ଅନୁଗ୍ରହ ଦେଖାଇ ୩୩ .୩୪ କୋଟି ବେଆଇନ ମଞ୍ଜୁର କରିଥିଲେ। ବିନୋଦଙ୍କ ବିରୋଧରେ ସରକାର ୨୭ଟି ମାମଲା ଦାୟର କରିଥିଲେ। ଯେଉଁଥିରୁ ସେ ୨ଟିରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।
www. socialnewsodiaofficial.blogspot.com
0 Comments