Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ଜବତ ହେଲା ବ୍ରାଉନସୁଗର, ଅଭିଯୁକ୍ତ ଗିରଫ; ଏସ୍‌ଟିଏଫ୍‌ ପଞ୍ଝାରେ ବ୍ରାଉନସୁଗର ବେପାରୀ-ଜାତୀୟ ରାଜପଥ-୧୬ ପାହାଳ କ୍ରସିଂ ନିକଟରୁ ଜଣେ ମାଫିଆ ଶିବ ପ୍ରସାଦ ଦାସଙ୍କୁ ଗିରଫ କରିଛି ଏସଟିଏଫ୍ ।

 


22-FEBRUARY-2022


📌


BY: SRINIBASH ROUT

ରାଜଧାନୀ ଭୁବନେଶ୍ୱର ୧୬ ନଂ. ଜାତୀୟ ରାଜପଥ ପାହଳ ନିକଟରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ ହୋଇଛି। କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ଘଟଣାରେ ସମ୍ପୃକ୍ତ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ଠାରୁ ୧ କେଜି ୨୨୭ ଗ୍ରାମର ବ୍ରାଉନସୁଗର ଜବତ ହୋଇଛି ।ଜବତ ହୋଇଥିବା ବ୍ରାଉନସୁଗର ଆନୁମାନିକ ମୂଲ୍ୟ ୧ କୋଟି ୨୦ ଲକ୍ଷ ଟଙ୍କା ହେବ ।ଅଭିଯୁକ୍ତ ନିକଟରୁ ଗୋଟିଏ ପଲସର ଗାଡି, ମୋବାଇଲ୍ ଫୋନ୍ ଓ ଅନ୍ୟନ୍ୟା ଜିନିଷ ଜବତ କରିଛି ଏସଟିଏଫ୍ ।ଅଭିଯୁକ୍ତ ଯୁବକ ଜଣକ ହେଉଛି ଜଟଣି ମୁଣ୍ଡିଆ ସାହିର ସ୍ୱର୍ଗତ ପୂର୍ଣ୍ଣଚନ୍ଦ୍ର ଦାସଙ୍କ ପୁଅ ଶିବ ପ୍ରସାଦ ଦାସ ।ଏହି ରାକେଟରେ ଆଉ କେଉଁ କେଉଁ ମାନେ ସମ୍ପୃକ୍ତ ଅଛନ୍ତି ସେନେଇ ଖୋଳତାଡ ଜାରି ରଖିଛି ଏସଟିଏଫ୍ ।



www. socialnewsodiaofficial.blogspot.com

Post a Comment

0 Comments