22-FEBRUARY-2022
📌
BY: SRINIBASH ROUT
ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ବିରୋଧରେ ଚାଲିଥିବା ଚାରା ଘୋଟାଲା ମାମଲାର ଶୁଣାଣି ଆଜି ଅର୍ଥାତ୍ ସୋମବାର ୨୧ ତାରିଖ ହୋଇଛି ।ସ୍ପେଶାଲ କୋର୍ଟର ବିଚାରପତି ଲାଲୁଙ୍କୁ ୫ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ।ଏଥି ସହ ତାଙ୍କୁ ୬୦ ଲକ୍ଷ ଜରିମାନା ଦେବାକୁ ମଧ୍ୟ କୋର୍ଟ କହିଛନ୍ତି ।ପୂର୍ବରୁ ମଧ୍ୟ ଲାଲୁ ଦୋଷୀ ସାବ୍ୟସ୍ତ ହୋଇଥିଲେ । ୪ ମାମଲାରେ ୧୪ ବର୍ଷ ଜେଲ ଭୋଗୀଥିଲେ ଲାଲୁ ।ଏହି ଘୋଟାଲାରେ ଅନେକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଥିଲା । ୧୯୯୦-୯୨ ମଧ୍ୟରେ ଏହି ଘଟଣା ଘଟିଲା । ଏହି ଘଟଣାରେ କିଛି ଅଧିକାରୀ ଓ ନେତାମାନଙ୍କ ମଧ୍ୟ ସମ୍ପୃକ୍ତି ରହିଥିଲା ।ତେବେ ଏନେଇ ଲାଲୁଙ୍କ ଓକିଲ କହିଛନ୍ତି ଯେ, ପରବର୍ତ୍ତୀ ବେଲ ପାଇଁ ଅର୍ଜି ଦାଖଲ କରାଯିବ, ମାତ୍ର ବେଳ ନ ମିଳିବା ପର୍ଯ୍ୟନ୍ତ ଲାଲୁଙ୍କୁ ଜେଲରେ ରହିବାକୁ ପଡ଼ିବ ।ସୂଚନାଯୋଗ୍ୟ ଯେ, ଡୋରଣ୍ଡା କୋଷାଗାରର ଚାରା ଘୋଟାଲା ମାମଲାରେ ଲାଲୁଙ୍କ ସମେତ ଅନ୍ୟ ଅଭିଯୁକ୍ତମାନେ ଗତ ୧୫ ତାରିଖରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ମୋଟ୍ ୧୩୯.୫ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଜଣାପଡ଼ିଥିଲା । ସୋମବାର ଲାଲୁ ଅନଲାଇନରେ ସାମିଲ ହୋଇଥିବା ବେଳେ କୋର୍ଟ ଅନଲାଇନରେ ମଧ୍ୟ ଶୁଣାଣି କରିଥିଲେ ।ଚାରା ଘୋଟାଲା ସମ୍ପର୍କିତ ଅନ୍ୟ ୪ଟି ମାଲଲାରେ ଲାଲୁ ପୂର୍ବରୁ ଦୋଷୀ ସାବ୍ୟସ୍ତ ହୋଇଥିଲେ ।ଉକ୍ତ ମାମଲାରେ ଲାଲୁଙ୍କୁ ମୋଟ୍ ୧୪ ବର୍ଷର ଜେଲଦଣ୍ଡ ଘୋଷଣା କରାଯାଇଛି ।
ଲାଲୁ ଯାଦବଙ୍କ ଦଣ୍ଡାଦେଶ ଉପରେ ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀ କହିଛନ୍ତି ଯେ ଏହା ହେବା ଆବଶ୍ୟକ। ସେ ସାମାଜିକ ଗଣମାଧ୍ୟମ ଜରିଆରେ କହିଛନ୍ତି ଯେ ” ଲାଲୁ ଯାଦବଙ୍କୁ ୫ ବର୍ଷ ଦଣ୍ଡ ଏବଂ ୬୦ ଲକ୍ଷ ଜୋରିମାନା ଦ୍ୱାରା କେହି ଆଶ୍ଚର୍ଯ୍ୟ ହୋଇ ନାହାଁନ୍ତି। ଲାଲୁଜୀଙ୍କ ଚାର୍ଜସିଟ୍ ଦେବ ଗୋ ଡାଜୀଙ୍କ ସମୟରେ କରାଯାଇଥିଲା ଏବଂ ମନମୋହନ ସିଂଙ୍କ ସମୟରେ ପ୍ରଥମ ଦଣ୍ଡ ଦିଆଯାଇଥିଲା।
www. socialnewsodiaofficial.blogspot.com
0 Comments