Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ନୀରବି ଗଲେ ସ୍ୱର ସାମ୍ରାଞୀ; ଭାରତ ହରାଇଲା ଅମୂଲ୍ୟ ରତ୍ନ,ଲତାଙ୍କ ସ୍ମୃତିରେ ପ୍ରତିବର୍ଷ ଦିଆଯିବ ପୁରସ୍କାର - ସଙ୍ଗୀତ ଏକାଡେମୀ (ସବୁଦିନ ପାଇଁ ନିଜ ସଙ୍ଗୀତ ମାଧ୍ୟମରେ ବଞ୍ଚି ରହିବେ ଲତା ମଙ୍ଗେସକର) ।

 


08-FEBRUARY-2022


📌


BY: SRINIBASH ROUT

କୋକିଳ କଣ୍ଠି ଲତା ମଙ୍ଗେସକରଙ୍କ ପରଲୋକ ସଙ୍ଗୀତ ଜଗତରେ ସୃଷ୍ଟି କରିଛି ଏକ ଅପୂରଣୀୟ ଶୂନ୍ୟସ୍ଥାନ ।ତାଙ୍କର ଦେହାନ୍ତରେ ସାରା ବିଶ୍ୱବାସୀ ଜଣାଉଛନ୍ତି ଶ୍ରଦ୍ଧାଂଜଳି । ଯଦିଓ ତାଙ୍କର ସ୍ୱର ହିଁ ତାଙ୍କର ଚିର ଶାଶ୍ୱତ ପରିଚୟ ହେଲେ ତାଙ୍କ ସ୍ମୃତିକୁ ଉଜ୍ଜୀବିତ ରଖିବାକୁ ତାଙ୍କ ନାଁରେ ପ୍ରତିବର୍ଷ ଦିଆଯିବ ସଙ୍ଗୀତ ଭିତ୍ତିକ ପୁରସ୍କାର ।ଏହାସହ ଲତାଙ୍କ ନାଁରେ ପ୍ରତିଷ୍ଠା ହେବ ସଂଗ୍ରହାଳୟ ଓ ସଙ୍ଗୀତ ଏକାଡେମୀ ଓ ମହାବିଦ୍ୟାଳୟ ।ଏହାସହ ଇନ୍ଦୋରରେ ଲତାଜୀଙ୍କର ଏକ ଭବ୍ୟ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରାଯିବ ।ଏପରି ଘୋଷଣା କରିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନ୍ ।ରବିବାର ୦୫ ତାରିଖ ଲତା ଦିଦି ୯୨ ବର୍ଷ ବୟସରେ ସମସ୍ତଙ୍କୁ ଛାଡ଼ି ଆରପାରିକୁ ଚାଲି ଯାଇଛନ୍ତି। ସନ୍ଧ୍ୟାରେ ମୁମ୍ବାଇର ଶିବାଜୀ ପାର୍କରେ ତାଙ୍କର ଅନ୍ତିମ ସଂସ୍କାର ଶେଷ ହୋଇଛି। ସୋମବାର ୦୭ ତାରିଖ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଭୋପାଲରେ ତାଙ୍କର ସ୍ମୃତି ଚାରଣ କରିଛନ୍ତି। ସେ ଲତାଙ୍କ ଉଦ୍ଦେଶ୍ୟରେ ଗୋଟିଏ ବୃକ୍ଷ ରୋପଣ କରିଛନ୍ତି। ବୃକ୍ଷ ରୋପଣ ହେଉଥିବା ପଡ଼ିଆରେ ସେ ଲତାଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରି ଶୋକ ମଧ୍ୟ ପ୍ରକାଶ କରିଥିଲେ। ଏହାପରେ ସେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, “ଲତାଜୀ ଇନ୍ଦୋରରେ ଜନ୍ମଗ୍ରହଣ କରିଥିଲେ। ତେଣୁ ଏହି ସ୍ଥାନ ସହ ତାଙ୍କର ଅନେକ ସ୍ମୃତି ରହିଛି। ତାଙ୍କ ସ୍ମୃତିରେ ଆମେ ଇନ୍ଦୋର ଠାରେ ଗୋଟିଏ ମ୍ୟୁଜିକ ଏକାଡେମୀ, ଗୋଟିଏ ସଙ୍ଗୀତ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବୁ। ସେହିପରି ପରବର୍ତ୍ତୀ ପିଢ଼ିଙ୍କୁ ତାଙ୍କ ଅବଦାନ ସମ୍ପର୍କରେ ଜଣାଇବା ପାଇଁ ଇନ୍ଦୋରରେ ଗୋଟିଏ ମ୍ୟୁଜିୟମ ପ୍ରତିଷ୍ଠା କରାଯିବ।




www. socialnewsodiaofficial.blogspot.com

Post a Comment

0 Comments