Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ଆନ୍ଧ୍ର ବାଣ୍ଟିଲା- ଜଙ୍ଗଲ ଜମି ପଟ୍ଟା; କୋଟିଆ ପଞ୍ଚାୟତ ଅନ୍ତର୍ଗତ ଗଞ୍ଜେଇପଦରରେ ଆନ୍ଧ୍ର ସରକାରଙ୍କ ଦ୍ବାରା ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରାଯାଇଛି: ଆଗାମୀ ଦିନରେ କୋଟିଆରେ ୫୦୦ରୁ ଊର୍ଦ୍ଧ୍ବ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିବାକୁ ଲକ୍ଷରଖିଛି ଆନ୍ଧ୍ର।

 


06-JANUARY-2022


📌


BY: SRINIBASH ROUT

ଦିନକୁ ଦିନ ଘନେଇବାରେ ଲାଗିଛି କୋଟିଆ ଝଡ଼ ।ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ କୋରାପୁଟ ଜିଲ୍ଲା ପ୍ରଶାସନଠାରୁ ଆରମ୍ଭ କରି ରାଜନୈତିକ ଦଳଗୁଡିକ ବ୍ୟସ୍ତ ଥିବା ବେଳେ ଏହାର ସୁଯୋଗ ନେଇ ଆନ୍ଧ୍ର ପଟ୍ଟାଙ୍ଗୀ ବ୍ଲକର କୋଟିଆ ପଞ୍ଚାୟତରେ ଅନୁପ୍ରବେଶ କରି ଶନିବାର ୦୫ ତାରିଖ ଜମିପଟ୍ଟା ବଣ୍ଟନ କରିଛି ।କୋଟିଆକୁ ରାଜ୍ୟ ସରକାର ଗୋଟିଏ ପଞ୍ଚାୟତ ଭାବେ ପରିଗଣିତ କରିଥିବାବେଳେ ଆନ୍ଧ୍ର ସରକାରଙ୍କ କୋଟିଆ ପଞ୍ଚାୟତରେ ଥିବା ତଳ ଗଞ୍ଜେଇପଦର, ଫଗୁଣସିନେରୀ ଓ ଫାଟୁସିନେରୀକୁ ପଞ୍ଚାୟତର ମାନ୍ୟତା ଦେଇଛନ୍ତି ।କିଛି ଦିନର ନିରବତା ପରେ ଓଡ଼ିଶାର ତ୍ରିସ୍ତରୀୟ ପଞ୍ଚୟତ ନିର୍ବାଚନକୁ ଆଖିଆଗରେ ରଖି ଏହିଭଳି କାର୍ଯ୍ୟ ଆରମ୍ଭ କରିଥିବା ଜଣାପଡ଼ିଛି। 


(ଶନିବାର କୋଟିଆ ପଞ୍ଚାୟତର ଧୂଳିପଦର ଗ୍ରାମରେ ଏକ ବୈଠକ କରି ତଳଗଞ୍ଜେଇ ପଦର ଗ୍ରାମର ଦାୟିତ୍ୱରେ ଥିବା ଭିଆରଓ ସରୋଜିନୀଙ୍କ ନେତୃତ୍ୱରେ ୪୫୨ ଜଣଙ୍କୁ ଜମିପଟ୍ଟାର ପାସବୁକ୍‌ ପ୍ରଦାନ କରିଛି ଆନ୍ଧ୍ର)


(ଗଞ୍ଜେଇପଦରର ଆନ୍ଧ୍ର ସରପଞ୍ଚ ଓ ଏମପିଟିସିଙ୍କ ଉପସ୍ଥିତିରେ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରାଯାଇଥିବା ଜଣାପଡ଼ିଛି)




www. socialnewsodiaofficial.blogspot.com

Post a Comment

0 Comments