Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ପୁଣି ଠାବ ହେଲା ନକଲି ମସଲା ଫ୍ୟାକ୍ଟ୍ରି; କଟକରୁ ପୁଣି ଠାବ ହେଲା ନକଲି ମସଲା ଫ୍ୟାକ୍ଟ୍ରି,ଚଢ଼ାଉ ପରେ ବିପୁଳ ପରିମାଣର ନକଲି ହଳଦୀ ଓ ଲଙ୍କା ଗୁଣ୍ଡ ମସଲା ଜବତ କଲା କଟକ ବେଣ୍ଟକାର ଥାନା ପୋଲିସ ।

 


20-FEBRUARY-2022


📌


BY: SRINIBASH ROUT

କଟକ ବୟାଳିଶମୌଜାରେ ଚାଲିଥିବା ନକଲି ମସଲା (ଫ୍ୟାକ୍ଟ୍ରି) କାରଖାନା ଉପରେ ପୋଲିସର ଚଢ଼ାଉ ।ଫ୍ୟାକ୍ଟ୍ରି ଭିତରୁ ବିପୁଳ ପରିମାଣର ନକଲି ହଳଦୀ ଓ ଲଙ୍କା ଗୁଣ୍ଡ ଜବତ ।ଦୀର୍ଘଦିନରୁ ନକଲି କାରଖାନା ଚାଲିଥିବା ସୂଚନା ।କେତେବେଳେ ନକଲି ତେଲ, ଘିଅ ତ ଆଉ କେତେବେଳେ ନକଲି ଗୁଟଖା, ନକଲି ସସ୍, ନକଲି ଲଙ୍କାଗୁଣ୍ଡ ଆଦି କେତେ କ'ଣ ପରେ ଏବେ ଦେଖିବାକୁ ମିଳିଛି ନକଲି ମସଲା ।ଚଢ଼ଉ ବେଳେ ବିପୁଳ ପରିମାଣର ନକଲି ହଳଦୀ ଓ ଲଙ୍କା ଗୁଣ୍ଡ ମସଲା ଜବତ ହୋଇଛି। ସୂଚନାଯୋଗ୍ୟ, କଟକ ବେଣ୍ଟକାର ଥାନା ଝିଙ୍କିରିଆ ଠାରେ ଦୀର୍ଘଦିନ ହେବ ଚାଲୁଥିଲା ଏହି ନକଲି ମସଲା କାରଖାନା ।ଏଥିରେ ସମ୍ପୃକ୍ତ କମ୍ପାନୀ ମାଲିକ ଅଜୟ ଦାସଙ୍କୁ ଅଟକ ରଖିଛି ବେଣ୍ଟକାର ଥାନା ପୋଲିସ ।




www. socialnewsodiaofficial.blogspot.com

Post a Comment

0 Comments