06-FEBRUARY-2022
📌
BY: SRINIBASH ROUT
ମୃତ ସାମ୍ବାଦିକଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା ।ମାଓ ବିସ୍ଫୋରଣରେ ମୃତ ସାମ୍ବାଦିକଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାଙ୍କ ପାଇଁ ୧୩ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରାଯାଇଛି। ୧୩ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି । ମ.ରାମପୁର ଥାନା କର୍ଲାଖୁଣ୍ଟା ଦୁଲେନ ବ୍ରିଜ ପାଖରେ ବିସ୍ଫୋରଣ ଘଟିଥିଲା ।ଖବର ସଂଗ୍ରହ ପାଇଁ ଯାଇଥିବା ଜଣେ ସାମ୍ବାଦିକ ଏହି ବିସ୍ଫୋରଣରେ ପ୍ରାଣ ହରାଇଛନ୍ତି ।ତେବେ ମାଓ ପୋଷ୍ଟର ଲାଗିଥିବା ନେଇ ଖବର ସଂଗ୍ରହ ପାଇଁ ଯାଇ ତାଙ୍କର ମୃତ୍ୟୁ ହୋଇଛି ।ମୃତ ସାମ୍ବାଦିକଙ୍କ ନାମ ରୋହିତ ବିଶ୍ୱାଳ ବୋଲି ଜଣାପଡିଛି । ଏହି ଖବର ଜଣାପଡିବା ପରେ ଉକ୍ତ ସାମ୍ବାଦିକଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି ।
www. socialnewsodiaofficial.blogspot.com
0 Comments