06-FEBRUARY-2022
📌
BY: SRINIBASH ROUT
ଆଉ ନାହାନ୍ତି ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେଶକର। ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଆଜି ଅର୍ଥାତ୍ ରବିବାର ୦୬ ତାରିଖ ସକାଳ ୮ଟା ୧୨ ମିନିଟ୍ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା ।୧୯୨୯ ସେପ୍ଟେମ୍ବର ୨୮ ତାରିଖରେ ଇନ୍ଦୋରରେ ଜନ୍ମ ହୋଇଥିଲେ ଲତା ମଙ୍ଗେଶକର। ତାଙ୍କ ବାପାଙ୍କ ନାଁ ଥିଲା ଦୀନାନାଥ ମଙ୍ଗେଶକର ଓ ମା’ଙ୍କ ନାଁ ଥିଲା ସେବନ୍ତୀ। ଦୀନାନାଥ ମଙ୍ଗେଶକର ଜଣେ ଗାୟକ ଓ ଥିଏଟର ଅଭିନେତା ଥିଲେ। ତେବେ କିଛି ଦିନ ତଳେ ସେ କରୋନା ପଜିଟିଭ୍ ହୋଇଥିବା ବେଳେ ତାଙ୍କୁ ମୁମ୍ବାଇର ବିଚ୍ କ୍ୟାଣ୍ଡି ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା ।ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।ଏନେଇ ମେଡ଼ିକାଲ କର୍ତ୍ତୁପକ୍ଷ ସ୍ପଷ୍ଟ କରିଛନ୍ତି ।ସେପଟେ ଲତା ଦିଦିଙ୍କ ଦେହାନ୍ତ ସମଗ୍ର ଦେଶବାସୀଙ୍କୁ ମ୍ରିୟମାଣ କରିଛି ।ଲତା ମଙ୍ଗେସକରଙ୍କ ବିଷୟରେ ଖବର ପାଇ ପ୍ରଥମେ ମହାରାଷ୍ଟ୍ର ନବ ନିର୍ମାଣ ସେନା ମୁଖ୍ୟ ରାଜ୍ ଠାକେର ଦର୍ଶନ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀକର ସମବେଦନା ଜ୍ଞାପନ କରିଛନ୍ତି ।ଦେଶ ଆଜି ଅର୍ଥାତ୍ ରବିବାର ୦୬ ତାରିଖ ଗୋଟେ ଉଜ୍ୱଳ ତାରକା ହରାଇଛି ।ଗତ ଜାନୁଆରୀ ୧୧ ତାରିଖରେ ୯୨ ବର୍ଷ ବର୍ଷୀୟ ଲତା ଦିଦିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।ପ୍ରାୟ ୨୭ ଦିନ ଧରି ସେ ମେଡ଼ିକାଲରେ ଚିକିତ୍ସିତ ହେଉଥିଲେ ।ଏହାପରେ ତାଙ୍କର ସ୍ୱାସ୍ଥ୍ୟରେ ସାମାନ୍ୟ ସୁଧାର ଆସିଥିଲେ ।ପରେ ପୁଣି ଥରେ ବିଗିଡି ଯାଇଥିବା ଲତାଙ୍କ ସ୍ୱାସ୍ଥ୍ୟ ।ଭାରତୀୟ ସଙ୍ଗୀତ ଜଗତରେ ଦିଦିଙ୍କ ଅବଦାନ ସର୍ବାଗ୍ରେ ।ଏକ ନୂତନ ଅଧ୍ୟାର ଅୟରାମ୍ଭ ସେ ହିଁ କରିଥିଲେ ।ତାଙ୍କର ଯାଦୁଗରୀ ସ୍ୱର ଭାରତ ବାସୀଙ୍କୁ ବିମୋହୀତ କରୁଥିଲା ।ଆଉ ସେଥିପାଇଁ ତାଙ୍କ ସମ୍ମାନର ତାଲିକା ମଧ୍ୟ ବେଶ ଲମ୍ବା ।ଦାଦା ସାହେବ ଫାଲକେ, ପଦ୍ମ ଭୂଷଣ, ପଦ୍ମଭୂଷଣ ଓ ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନରେ ମଧ୍ୟ ବିଭୂଷିତା ହୋଇଥିଲେ ଲତା ମଙ୍ଗେସକର । କେବଳ ଭାରତ ନୁହେଁ ସମଗ୍ର ବିଶ୍ୱରେ ମଧ୍ୟ ଖ୍ୟାତି ଅର୍ଜନ କରିଛନ୍ତି ସୁର ସାମାଜ୍ଞ୍ରୀ ।ଲତା ହିନ୍ଦି, ମରାଠୀ, ବଙ୍ଗଳା, ଓଡ଼ିଆ ସମେତ ଅନେକ ଭାଷାରେ ଗୀତ ଗାଇ କୋଟି କୋଟି ଦର୍ଶଙ୍କ ହୃଦୟ ମଣ୍ଡିତ କରିଛନ୍ତି ।
ଗରିବ ପରିବାରରେ ଜନ୍ମିତ ଲତା ମଙ୍ଗେସକର ଗୀତ ଗାଇ ପରିବାର ଚଳାଉଥିଲେ । ଲତାଙ୍କୁ ମାତ୍ର ୧୩ ବର୍ଷ ହୋଇଥିବା ବେଳେ ପିତା ଦିନାନାଥ ମଙ୍ଗେସକରଙ୍କ ଦେହାନ୍ତ ହୋଇଥିଲା ।୫ବର୍ଷ ବୟସରୁ ଲତା ଯେଉଁ ପିତାଙ୍କ ଠାରୁ ସଙ୍ଗୀତ ଶିକ୍ଷା କରିଥିଲେ ।ସେ ଶେଷରେ ଆଖି ବୁଜିଲେ ।ଏହାପରେ ପରିବାରର ପ୍ରତିପୋଷଣର ବୋଝ ତାଙ୍କ ଉପରେ ପଡ଼ିଗଲା ।ଶେଷରେ ଗୀତ ଗାଇ ଗୁଜୁରାଣ ଚଳାଇବାର ରାସ୍ତାକୁ ବାଛି ନେଲେ ଲତା ଦିଦି ।ପରେ ପରିବାର ଭରଣପୋଷଣ ନିମନ୍ତେ ସେ ୧୯୪୨ରୁ ସଙ୍ଗୀତ ଜୀବନ ଆରମ୍ଭ କଲେ ।ମରାଠୀ ଚଳଚ୍ଚିତ୍ର ‘କିଟ୍ଟି ହାସଲ’ରୁ ସେ ଗାୟିକା ଭାବେ କ୍ୟାରିୟର ଆରମ୍ଭ କରିଥିଲେ।
୧୯୫୮ – ପ୍ରଥମ ଫିଲ୍ମ ଫେୟାର୍ ଆୱାର୍ଡ
୧୯୬୯ – ପଦ୍ମ ଭୂଷଣ
୧୯୬୯ – ଶ୍ରେଷ୍ଠ ପ୍ରଛଦପଟ୍ଟ ଗାୟିକା
୧୯୮୯ – ଦାଦା ସାହେବ୍ ଫାଲକେ ପୁରସ୍କାର
୧୯୯୩ – ଜୀବନ ବ୍ୟାପି ସାଧନା ପୁରସ୍କାର
୧୯୯୭ – ମହାରାଷ୍ଟ୍ର ଭୂଷଣ ପୁରସ୍କାର
୧୯୯୯ – ପଦ୍ମ ବିଭୂଷଣ
୨୦୦୧ – ଭାରତ ରତ୍ନ
୨୦୦୯ – ୩ଟି ଜାତୀୟ ଚଳଚ୍ଚିତ୍ର ସମ୍ମାନ
୨୦୧୧ – ଗିନିଜ୍ ବୁକ୍ ଅଫ୍ ୱାଲର୍ଡ୍ ରେକର୍ଡରେ ସ୍ଥାନିତ
(ସଙ୍ଗୀତ ଶିକ୍ଷାରେ ଲତାଙ୍କ ପ୍ରଥମ ଗୁରୁ ଥିଲେ ତାଙ୍କ ବାପା। ସେ କଥା କହିବା ଶିଖିବା ପରେ ପରେ ତାଙ୍କ ବାପା ତାଙ୍କୁ ଗୀତ ଶିଖାଇଥିଲେ। ମାତ୍ର ୫ ବର୍ଷ ବୟସରେ ଲତା ମଙ୍ଗେଶକର ତାଙ୍କ ବାପାଙ୍କ ଏକ ମରାଠୀ ଗୀତିନାଟ୍ୟ ରେ ଅଭିନୟ କରିଥିଲେ।
ଲତାଙ୍କୁ ଯେତେବେଳେ ମାତ୍ର ୧୩ ବର୍ଷ ହୋଇଥିଲା ସେତେବେଳେ ଦୀନାନାଥ ମଙ୍ଗେଶକରଙ୍କ ପରଲୋକ ହୋଇଯାଇଥିଲା ! ଏହା ୧୯୪୨ ମସିହାର କଥା ! )
www. socialnewsodiaofficial.blogspot.com
0 Comments