Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

କଲଭର୍ଟ ତଳୁ ଟିଫିନ୍ ବୋମା ଉଦ୍ଧାର; ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ମାଓବାଦୀଙ୍କର ଯୋଜନାକୁ ପଣ୍ଡ କଲା ରାୟଗଡ଼ା ପୋଲିସ- କଲ୍ୟାଣସିଂହପୁର-ପାରସାଲି ରାସ୍ତାରେ ଏକ ପୋଲ ତଳୁ ମିଳିଛି ଟିଫିନ୍ ବୋମା ।

 


22-FEBRUARY-2022


📌


BY: SRINIBASH ROUT

ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ମତଦାନ ଅବସରରେ ରାୟଗଡ଼ା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। କଲ୍ୟାଣସିଂହପୁର ଠାରୁ ପାରସାଲି ଯିବା ରାସ୍ତାରେ ନିୟମଗିରି ପାହାଡ଼ ତଳ ଏକ ପୋଲ ନିକଟରୁ ଟିଫିନ୍ ବୋମା ଜବତ ହୋଇଛି । ପୋଲିସକୁ ଟାର୍ଗେଟ୍ କରି ମାଓବାଦୀ ଏହି ଟିଫିନ୍ ବୋମା ଖଞ୍ଜିଥିବା ସନ୍ଦେହ କରାଯାଉଛି ।ମାଓବାଦୀ ପୋଲିସକୁ କରିଥିବା ଟାର୍ଗେଟ ଭଣ୍ଡୁର ହୋଇଛି। ଡିବିଏଫ ଯବାନମାନେ କୁମ୍ବିଂ କରୁଥିବା ବେଳେ ପାର୍ଶାଲି ଯିବା ରାସ୍ତାର କାଳିଆଗୁଡା ଓ କେଶବନାଇଗୁଡା ନିକଟସ୍ଥ ଏକ କଲଭେଟ ନିକଟରେ ଥିବା ପଥର ଗଦାକୁ ସନ୍ଦେହ କରି ଯାଞ୍ଚ୍ କରିଥିଲେ। ଏହାପରେ ସେଠାରୁ ଟିଫିନ୍ ବୋମାକୁ ଠାବ କରିଥିଲେ। ଜିଲ୍ଲା ବୋମା ନିଷ୍କ୍ରିୟ ଦଳକୁ ଡକାଇ ଟିଫିନ୍ ବୋମାକୁ ନିଷ୍କ୍ରିୟ କରିଥିଲେ। ଏହି ଖବର ପାଇ ଜିଲ୍ଲା ଆରକ୍ଷୀ ଅଧିକାରୀ ବିବେକାନନ୍ଦ ଶର୍ମା, ଏସଡିପିଓ ଦେବଜ୍ୟୋତି ଦାସ ସେଠାରେ ପହଞ୍ଚିଥିଲେ। ଏହି କାରଣୁ ଉକ୍ତ ରାସ୍ତା ପ୍ରାୟ ୩ ଘଣ୍ଟା ଧରି ଅବରୋଧ ରହିଥିଲା। ଏହାକୁ ନେଇ ଜିଲ୍ଲା ଆରକ୍ଷୀ ଅଧିକାରୀ କହିଛନ୍ତି ଯେ ନିୟମଗିରିରେ ଶାନ୍ତି ଶୃଙ୍ଖଳାରେ ମତଦାନ ଚାଲିଛି। ଡଙ୍ଗରିଆଙ୍କୁ ଭୋଟ୍ ନ ଦେବା ଓ ଲୋକଙ୍କୁ ଭୟଭୀତ କରିବା ପାଇଁ ଏହା ମାଓବାଦୀଙ୍କ ଷଡଯନ୍ତ୍ର ।



www. socialnewsodiaofficial.blogspot.com

Post a Comment

0 Comments