Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ପରଲୋକରେ ପୂର୍ବତନ ମୁଖ୍ୟମନ୍ତ୍ରୀ; ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ପରଲୋକ-ଅସୁସ୍ଥ ହୋଇ ଏକ ଘରୋଇ ହସ୍ପିଟାଲରେ ଚାଲିଥିଲା ଚିକିତ୍ସା ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି ।

 



26-FEBRUARY-2022


📌


BY: SRINIBASH ROUT

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଶୁକ୍ରବାର ୨୫ ତାରିଖ ସନ୍ଧ୍ୟାରେ ପରଲୋକ ଘଟିଛି ।ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ଝିଅ ସୁନୀତା ସୂଚନା ଦେଇଛନ୍ତି। ପରଲୋକ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା ଝାରସୁଗୁଡ଼ାର ଠାକୁରପଡ଼ା ଗାଁରେ ୧୯୩୯ ଡିସେମ୍ବର ୧ରେ ହେମାନନ୍ଦ ଜନ୍ମଗ୍ରହଣ କରିଥିଲେ। ୧୯୬୭ରେ କିର୍ମିରା ପଞ୍ଚାୟତ ସମିତି ଅଧ୍ୟକ୍ଷ ଭାବେ ସେ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ ।ନିଜର ଦୀର୍ଘ ରାଜନୈତିକ ଜୀବନରେ ସେ ୧୯୮୯ ଡିସେମ୍ବରରୁ ୧୯୯୦ ମାର୍ଚ୍ଚ ପର୍ଯ୍ୟନ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ ।ଦ୍ୱିତୀୟ ଥର ପାଇଁ ୧୯୯୯ ଡିସେମ୍ବରରୁ ୨୦୦୦ ମାର୍ଚ୍ଚ ପର୍ଯ୍ୟନ୍ତ ମଧ୍ୟ ସ୍ବଳ୍ପ ସମୟ ପାଇଁ ମୁଖ୍ୟମନ୍ତ୍ରୀ ରହିଥିଲେ ।୧୯୯୫ ମାର୍ଚ୍ଚରୁ ୧୯୯୮ ମେ’ ମାସ ପର୍ଯ୍ୟନ୍ତ  ସେ ଦିବଗଂତ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସରକାରରେ ଉପ-ମୁଖ୍ୟମନ୍ତ୍ରୀ ଥିଲେ । ୧୯୭୪ରୁ ୨୦୦୪ ମଧ୍ୟରେ ସେ ୬ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏଥିସହ ସେ ଗୃହ, ଖଣି ଓ ଇସ୍ପାତ, ଅନୁସୂଚିତ ଜାତି ଓ ଜନଜାତି, ସ୍ୱାସ୍ଥ୍ୟ, ଗୃହ ନିର୍ମାଣ, ଶିଳ୍ପ, ପୂର୍ତ୍ତ ବିଭାଗ ମନ୍ତ୍ରୀ ବି ଥିଲେ ହେମାନନ୍ଦ ।ସେ ରାଜ୍ୟର ପ୍ରଥମ ଆଦିବାସୀ ମୁଖ୍ୟମନ୍ତ୍ରୀ ହେବାର ଗୌରବ ମଧ୍ୟ ହାସଲ କରିଥିଲେ। ତାଙ୍କ ବିୟୋଗରେ​‌ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି ।



www. socialnewsodiaofficial.blogspot.com

Post a Comment

0 Comments