Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ବଡଦାଣ୍ଡରେ ପହଁଞ୍ଚିଲା ରଥକାଠ; ନୟାଗଡ଼ର ଦଶପଲ୍ଲା ରେଞ୍ଜରୁ ପୁରୀ ବଡ଼ଦାଣ୍ଡରେ ପହଞ୍ଚିଲା ପ୍ରାରମ୍ଭିକ ପର୍ଯ୍ୟାୟରେ ୬୩ ଟି କାଠ-ଚଳିତ ବର୍ଷ ମୋଟ୍ ୭୬୫ କାଠର ଆବଶ୍ୟକତା ରହିଛି ।

 


03-FEBRUARY-2022


📌


BY: SRINIBASH ROUT

ଜୁଲାଇ ୧ରେ ହେବ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଏ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ପୁରୀ ବଡ଼ଦାଣ୍ଡରେ ରଥ କାଠ ବୋଝେଇ ଟ୍ରକ ଆସି ପହଁଞ୍ଚି ସାରିଛି ।ରଥ ନିର୍ମାଣ ପାଇଁ ସମୁଦାୟ ୮୬୫ ଖଣ୍ଡ କାଠର ଆବଶ୍ୟକତା ରହିଥିବା ବେଳେ ପୂର୍ବରୁ ବଳକା ରହିଛି ୮୦ ଖଣ୍ଡ କାଠ। ୮୬୫ ଖଣ୍ଡ କାଠରୁ ୭୮୫ ଅସନ, ଧଉରା ଏବଂ ଫାସୀ କାଠର ଆବଶ୍ୟକତା ରହିଛି। ନୟାଗଡ଼ ଦଶପଲ୍ଲା ରେଞ୍ଜରୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଆଜି ଅର୍ଥାତ୍ ବୁଧବାର ୦୨ ତାରିଖ ଦୁଇଟି ଟ୍ରକରେ ପୁରୀରେ ଆସି ପହଞ୍ଚିଛି ୬୩ ଖଣ୍ଡ ଧଉରା ଓ ଅସନ କାଠ। ବିଧି ଅନୁସାରେ ସରସ୍ବତୀ ପୂଜାରେ ୩ଟି ଧଉରା କାଠରେ ପୂଜାର୍ଜନା ହେବ। ପର୍ଯ୍ୟାୟ କ୍ରମେ ବାକି କାଠ ଆସି ପହଞ୍ଚିବ ବୋଲି ବରିଷ୍ଠ ରଥ ତତ୍ତ୍ବାବଧାରକ କହିଛନ୍ତି।




www. socialnewsodiaofficial.blogspot.com

Post a Comment

0 Comments