Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ଭିଜିଲାନ୍ସ ଜାଲରେ ଯୋଗାଣ ଅଧିକାରୀ; ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅତିରିକ୍ତ ଯୋଗାଣ ଅଧିକାରୀ ରତ୍ନାକର ସେଠୀଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ - ବାସଭବନ ସମେତ ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ ବିଭାଗ।

 


03-FEBRUARY-2022


📌


BY: SRINIBASH ROUT

ଭିଜିଲାନ୍ସ ଜାଲରେ ନୂଆପଡ଼ା ଅତିରିକ୍ତ ଯୋଗାଣ ଅଧିକାରୀ ।ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ହୋଇଛି ଭିଜିଲାନ୍ସ ଚଢ଼ାଉ ।ନୂଆପଡ଼ା ଓ କଟକ ସମେତ ୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ ବିଭାଗ। ଦୁଇଟି ଅଟ୍ଟାଳିକା, କଲ୍ୟାଣ ମଣ୍ଡପ ଓ ବହୁ ଅଳଙ୍କାର ଠାବ କରାଯାଇଛି ।ଚାଉଳିଆଗଞ୍ଜରେ ୩ ମହଲା ଓ ବାଲିସାହିରେ ୨ ମହଲା ବିଶିଷ୍ଟ ଘର ଠାବ ହୋଇଛି ।କଟକ ମଧୁପାଟଣାରେ ଗୋଟିଏ କଲ୍ୟାଣ ମଣ୍ଡପ ଠାବ କରାଯାଇଛି ।ଏହା ସହ ୧ କୋଟି ୧୩ ଲକ୍ଷ ଟଙ୍କାର ବୀମା କାଗଜପତ୍ର ଓ ଚୌଦ୍ଵାର ରେ ୩ ଏକର ଜମି ଠାବ ହୋଇଥିବା ଜଣାପଡିଛି । ୪୯୮ ଗ୍ରାମର ସୁନା ଗହଣା ଓ ଅଢେ଼ଇ କେଜିର ରୂପା ଗହଣା ଜବତ କରାଯାଇଛି ।ଚଢ଼ାଉରେ ଭିଜିଲାନ୍ସର ୬ ଡିଏସପି ଓ ୧୨ ଜଣ ଇନିସପେକ୍ଟର ସାମିଲ ଅଛନ୍ତି ।ରତ୍ନାକର ସେଠୀ କେତେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଛନ୍ତି ସେସବୁର ଆକଳନ ପରେ ସ୍ପଷ୍ଟ ହେବ ।



(ତେବେ ଚଢାଉ ହେଉଥିବା ସ୍ଥାନ ଗୁଡ଼ିକ ମଧ୍ୟରେ ନୂଆପଡା ସ୍ଥିତ ଅଫିସ୍, ନୂଆପଡ଼ା ସ୍ଥିତ ଭଡ଼ା ଘର, କଟକ ମଧୁପାଟଣା ସ୍ଥିତ ବାସଭବନ, କଟକ ଚାଉଳିଆଗଞ୍ଜ ସ୍ଥିତ ୩ ମହଲା ବିଶିଷ୍ଟ ଘର, କଟକ ବାଲିସାହି ସ୍ଥିତ ନଟରାଜ ପ୍ୟାଲେସ ମଣ୍ଡପ, ଚୌଦ୍ବାର ସ୍ଥିତ ୩ ଏକର ଜମି ରହିଛି)




www. socialnewsodiaofficial.blogspot.com

Post a Comment

0 Comments