Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ଭୋଟ୍ ଗଣତି ପାଇଁ ଗାଇଡଲାଇନ୍ ଜାରି; ପଞ୍ଚାୟତ ନିର୍ବାଚନ ଭୋଟ୍ ଗଣତି ନେଇ କୋଭିଡ୍ ଗାଇଡଲାଇନ୍ ଜାରି କରିଛନ୍ତି ନିର୍ବାଚନ କମିଶନ- ଏନେଇ ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ବାଚନ ଆୟୋଗ ସଚିବଙ୍କ ପକ୍ଷରୁ ଚିଠି ଲେଖି ଜଣାଇ ଦିଆଯାଇଛି।



-22 FEBRUARY-2022


📌


BY: SRINIBASH ROUT

ପଞ୍ଚାୟତ ନିର୍ବାଚନ ଭୋଟ୍ ଗଣତି ନେଇ ନୂଆ କୋଭିଡ୍ ଗାଇଡଲାଇନ୍ ଜାରି ହୋଇଛି। ନୂଆ ଗାଇଡଲାଇନ୍ ଅନୁସାରେ, ଯେଉଁମାନେ ଗଣତିରେ ରହିବେ ସେମାନଙ୍କ RT-PCR ନେଗେଟିଭ ରିପୋର୍ଟ ଥିବା ଜରୁରୀ। ଯେଉଁମାନେ କାଉଣ୍ଟିଂ ଏଜେଣ୍ଟ ରହିବେ ସେମାନଙ୍କ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ ମଧ୍ୟ କରାଯିବ। କୋଭିଡ୍ ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଗଣତି କେନ୍ଦ୍ରକୁ ଯିବାକୁ ଅନୁମତି ମିଳିବନି ।ଗଣତିର ୪୮ ଘଣ୍ଟା ପୂର୍ବର କୋଭିଡ୍ ନେଗେଟିଭ ରିପୋର୍ଟ ଦେବେ ।ଡବଲ ଡୋଜ୍ ଟିକା ନେଇଥିବା ବ୍ୟକ୍ତିଙ୍କୁ କେବଳ ଗଣତି ପାଇଁ ଅନୁମତି ମିଳିବ ।କରୋନା କମିଛି ସତ କିନ୍ତୁ ସମ୍ପୂର୍ଣ୍ଣ ଯାଇ ନାହିଁ ।ତେଣୁ ଏହାକୁ ଦୃଷ୍ଟିରେ ରଖି ସତର୍କତା ଅବଲମ୍ବନ କରାଯିବ ବୋଲି ନିର୍ବାଚନ ଆୟୋଗ ସୂଚନା ଦେଇଛନ୍ତି ।ଏନେଇ ନିର୍ବାଚନ ଆୟୋଗ ସଚିବଙ୍କ ପକ୍ଷରୁ ସମସ୍ତ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦିଆଯାଇଲଛି ।


ଆସନ୍ତା ୨୨ରେ ଚତୁର୍ଥ ପର୍ଯ୍ୟାୟ ଓ ୨୪ରେ ପଞ୍ଚମ ବା ଅନ୍ତିମ ପର୍ଯ୍ୟାୟ ମତଦାନ କରାଯିବ ।ଆସନ୍ତା ୨୬, ୨୭ ଓ ୨୮ରେ ଭୋଟ୍ ଗଣତି ପାଇଁ ଦିନ ଧାର୍ଯ୍ୟ ହୋଇଛି। ମଙ୍ଗଳବାର ୨୨ ତାରିଖଠାରୁ ଚତୁର୍ଥ ପର୍ୟ୍ୟାୟ ଭୋଟ୍। ରାଜ୍ୟର ୬୪ଟି ବ୍ଲକ୍ ରେ ୧୬୩ ଜିଲ୍ଲା ପରିଷଦ ଜୋନ୍ ଓ ଏହା ଅଧିନରେ ଥିବା ୧୨୫୪ଟି ପଞ୍ଚାୟତରେ କାଲି ମତଦାନ ହେବ। ମୋଟ୍ ୫୧ ଲକ୍ଷ ୩୧ ହଜାର ୭୨୭ ଜଣ ଭୋଟର ୧୭ ହଜାର ୮୯ଟି ବୁଥରେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ ।ଏଥି ଲାଗି ରବିବାର ୨୦ ତାରିଖଠାରୁ ବୁଥ୍ ଅଭିମୁଖେ ପୋଲିଂ ପାର୍ଟି ଯାତ୍ରା କରିଛନ୍ତି। କେତେକ ବୁଥରେ ଆଜି ଅର୍ଥାତ୍ ସୋମବାର ୨୧ ତାରିଖ ପୋଲିଂ ପାର୍ଟି ପହଞ୍ଚିବେ। ସକାଳ ୭ଟାରୁ ଦିନ ଗୋଟାଏ ପର୍ୟ୍ୟନ୍ତ ଭୋଟ୍ ଗ୍ରହଣ ହେବ।




www. socialnewsodiaofficial.blogspot.com

Post a Comment

0 Comments