08-FEBRUARY-2022
📌
BY: SRINIBASH ROUT
କେନ୍ଦୁଝର ଜିଲ୍ଲା ପୁରୁଣା ସହର ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିର ପରିସରରୁ ପ୍ରାୟ ୪ଟି ଚନ୍ଦନ ଗଛ ଚୋରି ହୋଇଥିବାରୁ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଲୋକଙ୍କ ଦୃଷ୍ଟି ଆଢୁଆଳରେ ଦୁର୍ବୃତ୍ତମାନେ ନେଇଯାଇଛନ୍ତି ବିଶାଳ ଚନ୍ଦନ ଗଛ ।ରାତିରେ କେହି ଦୁର୍ବୃତ୍ତ ମନ୍ଦିର ଭିତରେ ପଶି ଚନ୍ଦନ ଗଛକୁ କାଟି ଦୁଇଟି ଗଣ୍ଡି ଧରି ପଳାଇଛନ୍ତି ।ତୃତୀୟ ଚନ୍ଦନ ଗଛଟି ନେବା ପୂର୍ବରୁ ମନ୍ଦିର ସୁରକ୍ଷା କର୍ମୀ ପହଞ୍ଚି ଯିବାରୁ ଛାଡି ପଳାଇଯାଇଛନ୍ତି ।ମନ୍ଦିର ପରିସରରେ ସିସିଟିଭି ଲାଗିଥିବା ବେଳେ ସୁରକ୍ଷା ବଳ ନିୟୋଜିତ ସତ୍ତ୍ୱେ କିଭଳି ଚୋରି ହୋଇଛି ଏ ନେଇ ଯାଞ୍ଚ୍ ପରେ ସବୁ ଜଣାପଡ଼ିବ ବୋଲି ଉପଜିଲ୍ଲାପାଳ ତଥା ଦେବୋତ୍ତର ବିଭାଗ ନିର୍ବାହୀ ଅଧିକାରୀ ରାମଚନ୍ଦ୍ର କିସ୍କୁ କହିଛନ୍ତି।
(ଏଠାରେ ପ୍ରଶ୍ନ ଉଠୁଛି ଯେ ସୁରକ୍ଷା କର୍ମୀ ମନ୍ଦିରକୁ ଜଗିଥିବା ବେଳେ ଚୋର କେମିତି ବିରାଟକାୟ ମେଘନାଦ ପାଚେରୀ ଡେଇଁ ଚନ୍ଦନ ଗଛ କାଟି ନେବାରେ ସକ୍ଷମ ହେଲେ)
(ପୁଣି ମନ୍ଦିରରେ ସିସିଟିଭି କ୍ୟାମେରା ଲାଗିଥିଲେ ସୁଦ୍ଧା କ୍ୟାମେରା କୁ ଅଚଳ କରିଦିଆଯାଇଥିବା ବୁଦ୍ଧିଜୀବୀ ମାନେ ଅଭିଯୋଗ କରିଛନ୍ତି)
www. socialnewsodiaofficial.blogspot.com
0 Comments