25-FEBRUARY-2022


📌


BY: SRINIBASH ROUT

ତିନି ଦିନିଆ ଓଡିଶା ଗସ୍ତରେ କେନ୍ଦ୍ର ଇଷ୍ପାତ ମନ୍ତ୍ରୀ ଆରସିପି ସିଂହ । ଗୁରୁବାର ୨୪ ତାରିଖ ଓଡ଼ିଶାରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ରାଜ୍ୟର ବିଭିନ୍ନ ଖଣି ସହ ଜଡ଼ିତ ବହୁ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ସୂଚନା ଥାଉକି, ଗୁରୁବାର ଅପରାହ୍ନରେ ଭୁବନେଶ୍ୱରରେ ପହଞ୍ଚିଥିଲେ କେନ୍ଦ୍ରମନ୍ତ୍ରୀ ।ସେଠାରୁ ଏକ ଘରୋଇ ହୋଟେଲକୁ ଯାଇ, ନବୀନ ପଟ୍ଟନାୟକଙ୍କୁ ଦେଖା କରିବା ପାଇଁ ନବୀନ ନିବାସକୁ ଯାଇଥିଲେ ।ସେଠାରେ ରାଜ୍ୟର ବିଭିନ୍ନ ପ୍ରକଳ୍ପ ବିଷୟରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି।



www. socialnewsodiaofficial.blogspot.com