Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ବନ୍ଧା ହେଲେ ଗଞ୍ଜେଇ ମାଫିଆ; କମିଶନରେଟ୍ ପୋଲିସ ପଞ୍ଝାରେ ଗଞ୍ଜେଇ ମାଫିଆ- ପୋଲିସ ହାତରେ ଧରାପଡ଼ିବା ପରେ ଓ ତା’ ଘରୁ ନଗଦ ୭୫ ଲକ୍ଷ ଟଙ୍କା ଜବତ ହେବା ପରେ ଫିଟିଛି ତା’ ଗୁମର।



13-FEBRUARY-2022


📌


BY: SRINIBASH ROUT

ଅଳ୍ପ ଅଳ୍ପ ବିକି ଘରେ ସଞ୍ଚୁଥିଲା, ଜବତ ହେଲା ୭୫ ଲକ୍ଷ ଟଙ୍କା ।ଦୁଇ ଜଣ ଗଞ୍ଚେଇ ବେପାରୀଙ୍କୁ ଗିରଫ କରିଛି ବାଦାମବାଡ଼ି ଥାନା ପୋଲିସ ।ଏମାନେ ହେଲେ ନାରାୟଣ ପତି ଓରଫ ବିବୁ ଓ ସହଯୋଗୀ ଅବକାଶ ସ୍ୱାଇଁ ।ଏମାନଙ୍କ ନିକଟରୁ ନଗଦ ୭୫ ଲକ୍ଷ ଟଙ୍କା ସହ , ୨୦ କେଜି ଗଞ୍ଜେଇ, ସୁନା ଅଳଙ୍କାର ଓ ଦୁଇଟି ମୋବାଇଲ୍ ଜବତ କରାଯାଇଛି ।ଦୀର୍ଘ ୨୦ ବର୍ଷ ହେଲା ନାରାୟଣ ଗଞ୍ଜେଇ ବେପାର କରୁଥିଲା। କଟକ ସହର ସହ ଏହା ଆଖପାଖ ସ୍ଥାନକୁ ଗଞ୍ଜେଇ ପଠାଉଥିଲା। ତେବେ କେହି ଯେମିତି ସନ୍ଦେହ ନ କରିବେ, ସେଥିପାଇଁ ଅତି ଚତୁରତାର ସହ ବାଇକ୍‌ ଯୋଗେ ଚାଲାଣ କରୁଥିଲା। 


ସିଗାରେଟ କିଣି ସିଗାରେଟ ଭିତରେ ଗଞ୍ଜେଇ ଭର୍ତ୍ତି କରି ଏହି ବେଆଇନ୍ କାରବାର ଚଲାଇଥିଲା। ଆଉ ଏଥିରେ ପୂରା ସହଯୋଗ କରୁଥିଲେ ତା’ ପରିବାର ଲୋକେ।


ଶୁକ୍ରବାର ୧୧ ତାରିଖ ନାରାୟଣ ଓ  ତା’ର ସହଯୋଗୀ ଅବକାଶ ସ୍ୱାଇଁ ବାଦାମବାଡ଼ିରେ ଗଞ୍ଜେଇ ବିକ୍ରି କରୁଥିବା ଖବର ମିଳିଥିଲା। ଏହା ପରେ ସ୍ପେଶାଲ ସ୍କ୍ୱାଡ୍‌ ଓ ବାଦାମବାଡ଼ି ପୋଲିସ ସେଠାରେ ଚଢ଼ାଉ କରି ଉଭୟଙ୍କୁ ଥାନାକୁ ଆଣିଥିଲେ। ସେମାନଙ୍କ ନିକଟରୁ ଜବତ୍ ସ୍କୁଟିରୁ ୨୦ କେଜି ୫୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଥିଲା। ଥାନାରେ ନାରାୟଣକୁ ପଚରାଉଚାର କରିବା ପରେ ଶନିବାର ୧୨ ତାରିଖ ସକାଳେ ବୟାଳିଶ ମୌଜାରେଥିବା ତା’ ଘରେ ଚଢ଼ାଉ କରାଯାଇଥିଲା। ତା’ ଘରୁ ୭୫ ଲକ୍ଷ ୨୦ ହଜାର ଟଙ୍କା ଜବତ କରାଯାଇଥିଲା। ଏହା ସହ କିଛି ସୁନା ଅଳଙ୍କାର ମଧ୍ୟ ଜବତ କରାଯାଇଥିଲା। ଅଭିଯୁକ୍ତ ନାରାୟଣ ବିରୁଦ୍ଧରେ ୨୦୦୫ରୁ କଟକ ସହରର ବିଭିନ୍ନ ଥାନାରେ ଏନଡିପିଏସ୍ ଆକ୍ଟରେ ମାମଲା ରହିଛି ।ଏହି ଗଞ୍ଜେଇ ବେପାରରେ ଆଉ କାହା କାହା ସଂପୃକ୍ତି ଅଛି ସେନେଇ ତଦନ୍ତ ଜାରି ରହିଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂହ ।


ନାରାୟଣ ନାଁରେ ପୂର୍ବରୁ ପୁରୀ ଘାଟ, ବାଦାମବାଡ଼ି ଓ ମଧୁପାଟଣା ଥାନାରେ ମାମଲା ରହିଛି। ନାରାୟଣ ଅନ୍ୟ ବେପାରୀଙ୍କୁ ଗଞ୍ଜେଇ ଦେବା ସହ ଛୋଟ ଛୋଟ ପୁଡ଼ିଆ କରି ବିକ୍ରି କରୁଥିଲା। ପୂର୍ବରୁ ସେ ଜେଲ୍‌ ଯାଇଥିଲା।




www. socialnewsodiaofficial.blogspot.com

Post a Comment

0 Comments