Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ଭିଜିଲାନ୍ସ ଜାଲରେ ଫରେଷ୍ଟ ରେଞ୍ଜ ଅଫିସର; ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଫରେଷ୍ଟ ରେଞ୍ଜ୍ ଅଫିସର ବୈରାଗୀ ଚରଣ ବେହେରାଙ୍କ ଘର ସମେତ ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ ବିଭାଗ ।

 


12-FEBRUARY-2022


📌


BY: SRINIBASH ROUT

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କନ୍ଧମାଳ କେ.ନୂଆଗାଁ ଫରେଷ୍ଟ ରେଞ୍ଜ୍ ଅଫିସର ବୈରାଗୀ ଚରଣ ବେହେରାଙ୍କ ଘରେ ଭିଜିଲାନ୍ସ ବିଭାଗ ଚଢ଼ାଉ କରିଛି ।ବୈରାଗୀଙ୍କ ଫୁଲବାଣୀ ଭିଜିଲାନ୍ସ ସେଲ୍ କେ. ନୂଆଗାଁ ସ୍ଥିତ ସରକାରୀ ବାସଭବନ, ରେଞ୍ଜ କାର୍ଯ୍ୟାଳୟ, କନ୍ଧମାଳ, ଗଞ୍ଜାମ ଓ ବୌଦ୍ଧ ସମେତ ଏକକାଳୀନ ୭ଟି ସ୍ଥାନରେ ଚଢ଼ଉ ଜାରି ରହିଛି ।ସେହିପରି ଭଞ୍ଜନଗର ଦାଦରଲୁଣ୍ଡାରେ ଥିବା ଫାର୍ମ ହାଉସ୍‌, ବୌଦ୍ଧ ବୁଟପାଲିରେ ଥିବା ବାସଗୃହ ଓ ଗଞ୍ଜାମ ଗଙ୍ଗାପୁରରେ ଥିବା ଦୁଇ ଜଣ ସମ୍ପର୍କୀୟଙ୍କ ଘରେ ମଧ୍ୟ ଚଢ଼ାଉ ଚାଲିଛି। ଚଢାଉରେ ସାମିଲ ଅଛନ୍ତି ଭିଜିଲାନ୍ସର ୪ଜଣ DSP, ୭ଜଣ ଇନିସପେକ୍ଟର ଓ ଅନ୍ୟ ଭିଜିଲାନ୍ସର କର୍ମଚାରୀ। ଚଢ଼ାଉ ବେଳେ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି ।ତେବେ ରେଞ୍ଜରଙ୍କର ଏପର୍ଯ୍ୟନ୍ତ କେତେ ସମ୍ପତ୍ତି ଠାବ ହୋଇଛି ତାହା ସ୍ପଷ୍ଟ ଜଣାପଡ଼ିନାହିଁ ।



(କେ. ନୂଆଗାଁ ଠାରେ ଫୁଲବାଣୀ ଭିଜିଲାନ୍ସ ଡିଏସ୍‌ପି (DSP) ଅରୁଣ କୁମାର ନାୟକଙ୍କ ନେତୃତ୍ୱରେ ଚଢ଼ଉ ଚାଲିଛି)




www. socialnewsodiaofficial.blogspot.com

Post a Comment

0 Comments