Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

୧୩ ଆତଙ୍କୀ ନିହତ, ୭ ସୈନ୍ୟ ମୃତ; ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ସୁରକ୍ଷା ବଳର ଦୁଇଟି କ୍ୟାମ୍ପ ଉପରେ ଆକ୍ରମଣ ହୋଇଛି- ଏଥିରେ ୧୩ ଆତଙ୍କବାଦୀ ଓ ୭ ସୈନ୍ୟ ନିହତ ହୋଇଥିବା ସୂଚନା ।

 


05-JANUARY-2022


📌


BY: SRINIBASH ROUT

ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ସୁରକ୍ଷା ବଳର ଦୁଇଟି କ୍ୟାମ୍ପ ଉପରେ ଆକ୍ରମଣ ହୋଇଛି ।ଏଥିରେ ୧୩ ଆତଙ୍କବାଦୀ ଓ ୭ ସୈନ୍ୟ ନିହତ ହୋଇଥିବା ସେଠାର ଜଣେ ବରିଷ୍ଠ ମନ୍ତ୍ରୀ ଗୁରୁବାର ୦୩ ତାରିଖ ସୂଚନା ଦେଇଛନ୍ତି ।ସେନା ପକ୍ଷରୁ କୁହାଯାଇଛି ଯେ ବେସ୍ କ୍ୟାମ୍ପ ହମଲା ପାଇଁ ହୋଇଥିବା ଷଡ଼ଯନ୍ତ୍ର ପଣ୍ଡ ହୋଇଛି। ହମଲା ପାଇଁ ଆସିଥିବା ୧୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନଙ୍କ ସହ ଲଢ଼େଇ କରିବା ବେଳେ ୭ ଜଣ ଯବାନଙ୍କ ଜୀବନ ଯାଇଛି। ଉପାନ୍ତ ନୌଶିକରେ ହୋଇଥିବା ଲଢ଼େଇରେ ୯ ଜଣ ଆତଙ୍କବାଦୀ ଓ ୪ ଜଣ ଯବାନ ପ୍ରାଣ ହରାଇଛନ୍ତି। ଏଠାରେ ଆତଙ୍କବାଦୀମାନେ ବୁଧବାର ୦୨ ତାରିଖ ସନ୍ଧ୍ୟାରେ ହମଲା କରିଥିଲେ। ଏହାର କିଛି ଘଣ୍ଟା ପରେ ପଞ୍ଜଗୁରରେ ମଧ୍ୟ ହମଲା ହୋଇଥିଲା। ଏହି ଘଟଣାରେ ୩ ଜଣ ସୁରକ୍ଷାକର୍ମୀ ଓ ୪ ଜଣ ଆତଙ୍କୀ ପ୍ରାଣ ହରାଇଛନ୍ତି। ପାକିସ୍ତାନର ଆଭ୍ୟନ୍ତରୀଣ ମନ୍ତ୍ରୀ ଶେଖ ରଶିଦ କହିଛନ୍ତି, ଉଭୟ ହମଲାକୁ ସୁରକ୍ଷାକର୍ମୀ ମାନେ ବେଶ ସକାରାତ୍ମକ ଢଙ୍ଗରେ ପଣ୍ଡ କରି ଦେଇଛନ୍ତି। ପୂରା ଅପରେସନ ବେଳେ ୧୩ ଜଣ ଆକ୍ରମଣକାରୀ ନିହତ ହୋଇଛନ୍ତି। ହମଲା ପରେ କିଛି ଆତଙ୍କୀ ନିକଟସ୍ଥ ବଜାର ଦେଇ ଖସି ଯାଇଛନ୍ତି। ତେଣୁ ଗୁରୁବାର ୦୩ ତାରିଖ ପଞ୍ଜଗୁର ଠାରେ କର୍ଫ୍ୟୁ ଲାଗୁ କରାଯାଇଛି। ଏବେ ବି ସେଠାରେ ଅପରେସନ ଚାଲିଛି। ହମଲା ଘଟଣାରେ ପାକିସ୍ତାନର ୭ ଜଣ ଯବାନ ପ୍ରାଣ ହରାଇଥିବା ବେଳେ ଆଉ ୪ ଜଣ ଗୁଳିମାଡ଼ରେ ଆହତ ହୋଇଥିବା ସେ କହିଛନ୍ତି। ଏହି ହମଲା ପଛରେ ଆଫଗାନିସ୍ତାନ ଓ ଭାରତ ଥିବା ଗୁଇନ୍ଦା ବିଭାଗ ଜାଣିବାକୁ ପାଇଥିବା ସେନା କହିଛି। ହେଲେ ଏହାର ପ୍ରମାଣ ପାକିସ୍ତାନ ସେନା ଉପସ୍ଥାପନ କରିପାରି ନାହିଁ। ପୂର୍ବରୁ ମଧ୍ୟ ପାକିସ୍ତାନ ସେନା ଏପରି ଦାବି କରିବାର ନଜିର ରହିଛି।



www. socialnewsodiaofficial.blogspot.com

Post a Comment

0 Comments