25-FEBRUARY-2022
📌
BY: SRINIBASH ROUT
ୟୁକ୍ରେନ-ରୁଷ ବିବାଦକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ପ୍ରତିକ୍ରିୟା ।ସେ କହିଛନ୍ତି, ପୂର୍ବରୁ କେନ୍ଦ୍ର ସରକାର ଆଡଭାଇଜରୀ ଜାରି କରିସାରିଛନ୍ତି। କେନ୍ଦ୍ର ସରକାର ସେଠାକୁ ବିମାନ ମଧ୍ୟ ପଠାଇଛନ୍ତି, କିନ୍ତୁ ସେଠାରେ ବିମାନ ଅବତରଣ କରିପାରିନାହିଁ। ସରକାର ଯଥା ସମ୍ଭବ ନିଜର ଉଦ୍ୟମ ଜାରି ରଖିଛନ୍ତି। ଅନ୍ୟପଟେ ୟୁକ୍ରେନ ଉପରେ ରୁଷିଆ ଆକ୍ରମଣ କରିବା ନେଇ ରାଜନାଥ ସିଂହ କହିଛନ୍ତି, ପରିସ୍ଥିତି ଏବେ ଭୟଙ୍କର ରହିଛି। ଏଥିରେ କୌଣସି ସନ୍ଦେହ ନାହିଁ। କିନ୍ତୁ ୟୁକ୍ରେନ-ରୁଷିଆ ବିବାଦ ଉପରେ ଭାରତର ଆଭିମୁଖ୍ୟ ବର୍ତ୍ତମାନ ସୁଦ୍ଧା ନିରପେକ୍ଷ ରହିଛି ।ଅର୍ଥାତ୍ ଭାରତ ବର୍ତ୍ତମାନ ସୁଦ୍ଧା ଯୁଦ୍ଧ ବା ଗତିରୋଧରେ କାହା ପକ୍ଷରେ ନାହିଁ ।ଯୁଦ୍ଧରେ ଭାରତର ଆଭିମୁଖ୍ୟ ନିରପେକ୍ଷ ଓ ଏହାକୁ ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଆଶା କରୁଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି। ଏହାକୁ ଆଲୋଚନା ମାଧ୍ୟମରେ ସମାଧାନ କରାଯିବା ଉଚିତ୍। ଯୁଦ୍ଧ ମାଧ୍ୟମରେ ନୁହେଁ ।
ୟୁକ୍ରେନର ରାଷ୍ଟ୍ରଦୂତ ଇଗୋର ପୋଲଖା କହିଛନ୍ତି ଯେ, ‘ଭାରତ ଓ ରୁଷର ସମ୍ପର୍କ ଭଲ ଅଛି ।ୟୁକ୍ରେନ-ରୁଷ ବିବାଦକୁ ନିୟନ୍ତ୍ରଣ କରିବାରେ ଭାରତ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇପାରିବ ।ଏଭଳି ସ୍ଥିତିରେ ପୁଟିନଙ୍କ ସହ ମୋଦୀଙ୍କ ଆଲୋଚନା ଫଳପ୍ରଦ ରହିବ । ମାମଲାରେ ମୋଦୀ ହସ୍ତକ୍ଷେପ କରି ପୁଟିନଙ୍କ ସହ ଆଲୋଚନା କରିବାକୁ ଅନୁରୋଧ କରୁଛୁ ।ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁରୋଧ କରୁଛୁ କି ସେ ତୁରନ୍ତ ରୁଷର ରାଷ୍ଟ୍ରପତି ପୁଟିନ୍ ଓ ଆମ ରାଷ୍ଟ୍ରପତି ଭଲୋଡିମିର ଜେଲେନକ୍ସିଙ୍କ ସହ ଯୋଗାଯୋଗ କରନ୍ତୁ ।ଆଲୋଚନା ଦ୍ୱାରା ବିବାଦର ସାମଧାନ ହୋଇପାରିବ ।’
ଅନ୍ୟପକ୍ଷେ, ୟୁକ୍ରେନରେ ରୁଷିଆର ଅନଧିକାର ପ୍ରବେଶ ଉଦ୍ୟମକୁ ଆମେରିକା ଚେତାବନୀ ଦେଇଛି। ଏସବୁ ଭିତରେ ଶାନ୍ତି ଫେରାଇ ଆଣିବା ଲାଗି ଫ୍ରାନ୍ସ ଦୁଇ ଦେଶର ରାଷ୍ଟ୍ରମୁଖ୍ୟଙ୍କୁ ନିବେଦନ କରିଛି। ତଥାପି ବର୍ତ୍ତମାନ ଯାଏ ରୁଷିଆ ୟୁକ୍ରେନ ସୀମାରେ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇ ରହିଛି ବୋଲି ଆମେରିକା ରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ କହିଛନ୍ତି। ଏହାସତ୍ତ୍ୱେ ଆମେରିକା ରାଷ୍ଟ୍ରପତି ଜୋଏ ବାଇଡେନ୍, ପୁଟିନଙ୍କ ସହ ଆଲୋଚନା କରିବାକୁ ଆଗ୍ରହୀ ବୋଲି ସେ କହିଛନ୍ତି। ପୁଟିନ ଚାହିଁଲେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇପାରେ ବୋଲି ଆମେରିକା ରାଷ୍ଟ୍ର ସଚିବ କହିଛନ୍ତି।ୟୁକ୍ରେନ ସୁରକ୍ଷାକର୍ମୀଙ୍କ ଉଗ୍ର ଆଭିମୁଖ୍ୟ ଯୋଗୁ ସୀମାରେ ଉତ୍ତେଜନା ଦେଖାଦେଇଥିଲା ବୋଲି ମାକ୍ରନଙ୍କୁ ପୁଟିନ ଜଣାଇଥିବା ସୂଚନା ମିଳିଛି। ତେବେ ରୁଷିଆର ସୁରକ୍ଷା ଲାଗି ନାଟୋ ଏବଂ ଆମେରିକା ଗୁରୁତ୍ୱ ଦେବା ଉଚିତ୍ ବୋଲି ପୁଟିନ, ମାକ୍ରନଙ୍କୁ ଜଣାଇଛନ୍ତି।କୂଟନୈତିକ ସ୍ତରରେ ଉଭୟ ରାଷ୍ଟ୍ର ଏହାର ସମାଧାନ କରନ୍ତୁ ବୋଲି ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରନ କହିଛନ୍ତି। ସେପଟେ ପରିସ୍ଥିତି ଉତ୍ତେଜନା ଥିବାରୁ ଭାରତୀୟ ଛାତ୍ରଙ୍କ ସହ ଦୂତାବାସ କର୍ମଚାରୀଙ୍କ ପରିବାରକୁ ଫେରାଇ ଆଣିବା ଲାଗି ନୂଆଦିଲ୍ଲୀ ନିଷ୍ପତ୍ତି ନେଇଛି।
www. socialnewsodiaofficial.blogspot.com
0 Comments