📌


BY: SRINIBASH ROUT

ଏଣିକି ରାସନ୍ ପାଇଁ ଲାଇନ୍ ଦେବାକୁ ପଡିବନି, ଘରେ ପହଞ୍ଚିବ ପିଡିଏସ୍‌ ।ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଏକ ବଡ଼ ଘୋଷଣା କରିଛନ୍ତି ।ସେ ମଧ୍ୟ ଦିଲ୍ଲୀ ଭଳି ପଞ୍ଜାବରେ ଡୋର୍ ଟୁ ଡୋର୍ ରାସନ ବଣ୍ଟନ ପାଇଁ ଘୋଷଣା କରିଛନ୍ତି ।ପଞ୍ଜାବରେ ପ୍ରଥମ ଥର ପାଇଁ ଆମ ଆଦମି ପାର୍ଟି ସରକାର ଗଠନ କରିଥିବା ବେଳେ କ୍ଷମତାକୁ ଆସିବାରେ ପରେ ଗୋଟିଏ ପରେ ଗୋଟିଏ ବଡ଼ ଘୋଷଣା କରି ଚାଲିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ।ଭଗୱନ୍ତ ମାନ କହିଛନ୍ତି ଯେ ରାସନ ଘରକୁ ଘର ମାଗଣା ବିତରଣ କରାଯିବ ।ଆମର ଅଧିକାରୀମାନେ ଫୋନ କରିବେ ଏବଂ ବିତରଣ ପାଇଁ ସମୟ ମାଗିବେ ।ସେହି ସମୟ ଭିତରେ ରାସନ ବଣ୍ଟାଯିବ ।


ଏହା ପୂର୍ବରୁ ଭଗୱନ୍ତ ମାନ ବିଧାୟକଙ୍କ ପେନସନରେ ପରିବର୍ତ୍ତନ କରିଛନ୍ତି ।ମାନଙ୍କ କହିବା ଅନୁଯାୟୀ, ବର୍ତ୍ତମାନଠାରୁ ବିଧାୟକମାନେ ଥରେ ପେନସନ ପାଇବେ ।ପ୍ରତ୍ୟେକ ଥର କେହି ଜଣେ ବିଧାୟକ ହୋଇଗଲେ, ପେନସନ ପରିମାଣ ଯୋଡାଯାଉଥିଲା ।କେବଳ ଏତିକି ନୁହେଁ, ମାନ ମଧ୍ୟ ବିଧାୟକଙ୍କ ପରିବାର ଦ୍ୱାରା ପ୍ରାପ୍ତ ପେନସନରେ କଟକଣା ଘୋଷଣା କରିଛନ୍ତି ।



www. socialnewsodiaofficial.blogspot.com