14-MARCH-2021
📌
BY: SRINIBASH ROUT
ଏଣିକି ୧୨ରୁ ୧୪ ବର୍ଷ ପିଲାଙ୍କୁ ବି ଦିଆଯିବ କରୋନା ଟିକା ।ଆସନ୍ତା ମାର୍ଚ୍ଚ ୧୬ ତାରିଖରୁ ଆରମ୍ଭ ହେବ ଏହି ଟିକାକରଣ ।ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ।ସେ କହିଛନ୍ତି, ଯଦି ପିଲାମାନେ ସୁରକ୍ଷିତ ରହିବେ ତେବେ ଦେଶ ସୁରକ୍ଷିତ ରହିବ। ତେବେ ପିଲା ଏବଂ ୬୦ ରୁ ଉର୍ଦ୍ଧ ବୟସ୍କଙ୍କୁ ଟିକା ନେବା ପାଇଁ ଅପିଲ କରିଛନ୍ତି। ବାୟୋଲୋଜିକାଲ-ଇ ଦ୍ୱାରା ପ୍ରସ୍ତୁତ କୋର୍ବେଭାକ୍ସ ଟିକା ଦିଆଯିବ। ଏହା ବ୍ୟତୀତ, ୬୦ ବର୍ଷରୁ ଅଧିକ ବୟସ୍କ ସମସ୍ତ ବ୍ୟକ୍ତି ମଧ୍ୟ ବୁଷ୍ଟର୍ ଡୋଜ ପାଇପାରିବେ ।କରୋନା ବିପକ୍ଷ ମୁକାବିଲାରେ ଟିକାକରଣ ସବୁଠୁ ବଡ଼ ଅସ୍ତ୍ର। ତେଣୁ ସମସ୍ତେ ଟିକା ନିଅନ୍ତୁ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ। ଏହା ପୂର୍ବରୁ ୧୫ରୁ ୧୮ ବର୍ଷ ବୟସ୍କ ଯୁବକ ଯୁବତୀଙ୍କୁ ମଧ୍ୟ ଟିକା ଦିଆଯାଇଥିଲା ।ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ବର୍ତ୍ତମାନ୍ ପର୍ଯ୍ୟନ୍ତ ସାରା ଦେଶରେ ୧୮୦.୧୯ କୋଟି ଡୋଜ ଦିଆଯାଇଛି। କେନ୍ଦ୍ର ସରକାର କହିଛନ୍ତି ଯେ ଟିକାକରଣର କାର୍ଯ୍ୟକ୍ରମ ସାରା ଦେଶରେ ବିସ୍ତାର କରାଯାଉଛି ଏବଂ ଟିକାକରଣର ଗତି ତ୍ୱରାନ୍ୱିତ କରିବାକୁ ଚେଷ୍ଟା କରାଯାଉଛି।
www. socialnewsodiaofficial.blogspot.com
0 Comments