01-MARCH-2022
📌
BY: SRINIBASH ROUT
ରାୟଗଡ଼ା ଜିଲ୍ଲାର ହାଟମୁନିଗୁଡ଼ା ଗ୍ରାମର ୪୨ ବର୍ଷିୟ ସୁରି ଗୁଲା ଗଛରୁ ଖସିପଡ଼ି ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥିତ ହାଇଟେକ୍ ମେଡ଼ିକାଲରେ ପ୍ରାୟ ଏକ ମାସ ହେବ ଚିକିତ୍ସିତ ହେଉଥିଲେ ।ଦୁର୍ଭାଗ୍ୟବଶତଃ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା ।ସୁରିଙ୍କ ମୃତ୍ୟୁପରେ ତାଙ୍କର ପାର୍ଥିବ ଶରୀରକୁ ଭୁବନେଶ୍ୱରରୁ ତାଙ୍କ ଗ୍ରାମକୁ ନେବାପାଇଁ ପରିବାର ଲୋକେ ବିଷମକଟକ ବିଧାୟକ ତଥା ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକାଙ୍କୁ ନିବେଦନ କରିଥିଲେ ।ପରେ ଏହି ବିଷୟରେ ମନ୍ତ୍ରୀ ଶ୍ରୀ ସାରକା ଓଡ଼ିଶା-ମୋ ପରିବାରକୁ ଜଣାଇଥିଲେ । ଓଡ଼ିଶା-ମୋ ପରିବାର ତୁରନ୍ତ ଏକ ଆମ୍ବୁଲାନ୍ସର ବ୍ୟବସ୍ଥା କରାଇ ପାର୍ଥିବ ଶରୀରକୁ ହାଟମୁନିଗୁଡ଼ା ପଠାଇଦେଇଥିଲା ।
www. socialnewsodiaofficial.blogspot.com
0 Comments