07-MARCH-2022
📌
BY: SRINIBASH ROUT
କଲେଜ୍ ପ୍ରିନ୍ସପାଲଙ୍କ ଘରେ ପଶିଲା ଭିଜିଲାନ୍ସ ।ଭିଜିଲାନ୍ସ ଜାଲରେ କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ହୀରାନୀଳା କଲେଜ ପ୍ରିନ୍ସିପାଲ ରମେଶ ଚନ୍ଦ୍ର ସାହୁ ।ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରମେଶ ଚନ୍ଦ୍ର ସାହୁଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ ଚାଲିଛି। ଭୁବନେଶ୍ୱର, ଖୋର୍ଦ୍ଧା ଏବଂ କଳାହାଣ୍ଡିର ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି। ବିଶ୍ୱନାଥପୁର କଲେଜର ଅଫିସ୍ ସମେତ ଭୁବନେଶ୍ୱର ଡୁମଡୁମା, ହାଉସିଂବୋର୍ଡ କଲୋନୀରେ ଥିବା ଘରେ ମଧ୍ୟ ପଞ୍ଝା ମାରିଛି ଭିଜିଲାନ୍ସ ଟିମ୍। ସେହିପରି କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁରରେ ଥିବା ପୈତୃକ ଘର, ଖୋର୍ଦ୍ଧାରେ ଥିବା କ୍ରସର ଓ ବିଶ୍ୱନାଥପୁରରେ ଥିବା କ୍ରସରେ ବି ଚଢ଼ାଉ ହୋଇଛି ।ଚଢ଼ାଉରେ ଭିଜିଲାନ୍ସର ୬ ଜଣ ଡି.ଏସ୍.ପି, ୪ ଜଣ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀ ସାମିଲ୍ ହୋଇଛନ୍ତି।
ବିଶ୍ୱସ୍ତ ସୂଚନା ଆଧାରରେ ଭବାନୀପାଟଣା ଭିଜିଲାନ୍ସ ବିଭାଗ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ଓ୍ବାରେଣ୍ଟ ବଳରେ ଚଢ଼ାଉ ଚାଲିଛି। ଚଢ଼ାଉ ବେଳେ ତାଙ୍କ ପଖରୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଭିଜିଲାନ୍ସ ଟିମ୍ ହାତରେ ଲାଗିଥିବା ଜଣାପଡ଼ିଛି। ଅଧିକ ତଦନ୍ତ ଜାରି ରହିଥିବାରୁ ସମ୍ପତ୍ତିର ଆକଳନ କରାଯାଇନାହିଁ।
www. socialnewsodiaofficial.blogspot.com
0 Comments