16-MARCH-2022
📌
BY: SRINIBASH ROUT
ଭିଜିଲାନ୍ସ ଜାଲରେ କଟକ ଡ୍ରେନେଜ୍ ବିଭାଗ ନିର୍ବାହୀ ଯନ୍ତ୍ରୀ ମନୋଜ ବେହେରା ।ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଅର୍ଥାତ୍ ବୁଧବାର ୧୬ ତାରିଖ ଚଢାଉ କରିଛି ଭିଜିଲାନ୍ସ ବିଭାଗ ।କଟକ ଓ ଭୁବନେଶ୍ୱର ସମେତ ୪ଟି ସ୍ଥାନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। କଟକ ଗଣ୍ଡରପୁରସ୍ଥିତ ଅଫିସ୍, କଟକ ମହାନଦୀ ବିହାର ସ୍ଥିତ ଦୁଇ ମହଲା ଘର, କଟକ ନେମାଳ ସ୍ଥିତ ପୈତୃକ ଘର, ପାହାଳରେ ମନୋଜଙ୍କ ସ୍ତ୍ରୀ ଦେବସ୍ମିତା ବେହେରାଙ୍କ ନାଁରେ ଥିବା ଘରେ ଚଢ଼ାଉ କରିଛି ଭିଜିଲାନ୍ସ ।କଟକ ଭିଜିଲାନ୍ସ ସ୍ପେଶାଲ ଜଜ୍ଙ୍କ ୱାରେଣ୍ଟ ବଳରେ ଚଢ଼ାଉ କରିଛି ଭିଜିଲାନ୍ସ ।ଚଢଉରେ ୪ ଜଣ ଡିଏସପି, ୮ ଜଣ ଇନସ୍ପେକ୍ଟର ଏବଂ ଅନ୍ୟ କର୍ମଚାରୀ ସାମିଲ୍ ଅଛନ୍ତି। ଚଢ଼ାଉ ସମୟରେ କଟକ ମହାନଦୀ ବିହାର ଘରୁ ୨ଲକ୍ଷ ୬୦ ହଜାର ଟଙ୍କା ଏବଂ ଅଧକିଲୋ ସୁନା ଜବତ ହୋଇଥିବା ଜଣାପଡ଼ିଛି। ତେବେ ମହାନଦୀ ବିହାର ଘରର ମୂଲ୍ୟ ୨ କୋଟି ୨୪ ଲକ୍ଷ ଟଙ୍କା ବୋଲି ଆକଳନ କରାଯାଉଛି। ତେବେ ଏବେ ଯାଏଁ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି ।ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ ।
www. socialnewsodiaofficial.blogspot.com
0 Comments