Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ଠକ ଡ଼ାକ୍ତର ରମେଶ ସ୍ବାଇଁ ମାମଲା - ଆକାଉଣ୍ଟ୍ ଡିଲିଟ୍‌ କରିବାକୁ ଶାଦି ଡଟ୍‌ କମ୍‌କୁ ଚିଠି ଲେଖିଲା କମିଶନରେଟ୍ ପୋଲିସ, ଠକ ଡ଼ାକ୍ତର ରମେଶ ସ୍ବାଇଁ ଉପରେ ନିର୍ମାଣ ହେବ ୱେବ୍ ସିରିଜ; ପରଦାରେ ଦେଖିବାକୁ ମିଳିବ ପୂରା କାହାଣୀ ।

 


17-MARCH-2022


📌


BY: SRINIBASH ROUT

ନକଲି ବା ଠକ ଡ଼ାକ୍ତର ରମେଶ ସ୍ବାଇଁଙ୍କର ଆକାଉଣ୍ଟ୍ ଡିଲିଟ୍‌ କରିବାକୁ ଶାଦି ଡଟ୍‌ କମ୍‌କୁ ଚିଠି ଲେଖିଲା କମିଶନରେଟ୍ ପୋଲିସ। ସେହିପରି ଶାଦି ଡଟ୍‌ କମ୍‌ରେ ରମେଶ କେତୋଟି ଆକାଉଣ୍ଟ ଖୋଲିଛନ୍ତି ।ସେନେଇ ତଥ୍ୟ ମାଗିଛି ପୋଲିସ ।ଗୁରୁବାର ୧୭ ତାରିଖ ରମେଶଙ୍କ ଡ଼୍ରାଇଭରଙ୍କୁ ମଧ୍ୟ ଗିରଫ କରିଛି କମିଶନରେଟ୍ ପୋଲିସ ।ନକଲି ଡ଼ାକ୍ତର ଗିରଫ ହେବା ପରେ ପୋଲିସ ଲଗାତର ଭାବେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆଣୁଛି ।ବୁଧବାର ୧୬ ତାରିଖ ରମେଶଙ୍କର ମଧ୍ୟ ପଲିଗ୍ରାଫ ଟେଷ୍ଟ କରାଯାଇଥିଲା । ୬ ଘଣ୍ଟାର ପଲିଗ୍ରାଫ ଟେଷ୍ଟରେ ରମେଶଙ୍କୁ ୭୦ ପ୍ରଶ୍ନ ପଚାରିଥିଲା ପୋଲିସ ।


ଏଥିସହ ....କମିଶନରେଟ୍ ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ରିୟଲ ଲାଇଫର ରୋମିଓ ରମେଶକୁ ରିଲରେ ସଜାଡ଼ିବାକୁ ମୁମ୍ବାଇର ଏକ ସଂସ୍ଥା ପକ୍ଷରୁ ଆଗ୍ରହ ଦେଖିବାକୁ ମିଳିଛି। ଭୁବନେଶ୍ବର-ରାଜ୍ୟ ରାଜଧାନୀରୁ ଗିରଫ ଠକ ଡ଼ାକ୍ତର ରମେଶ ସ୍ବାଇଁ କୁ ନେଇ ନିର୍ମାଣ ହେବାକୁ ଯାଉଛି ୱେବ୍ ସିରିଜ।ମୁମ୍ବାଇର ଏକ ପ୍ରଡକ୍ସନ ସଂସ୍ଥା ଏହି ୱେବ୍ ସିରିଜ କରିବାକୁ ଅଣ୍ଟା ଭିଡ଼ିଛି। ଏନେଇ କମିଶନରେଟ୍ ପୋଲିସ ସହ ଯୋଗାଯୋଗ କରିବା ସହ ରମେଶ ଠକେଇ କାହାଣୀର ଆଲୋଚନା କରିଛି। ସେଥିପାଇଁ ଗତ କିଛି ଦିନ ତଳେ ସଂସ୍ଥାର ଦୁଇ ଜଣ ବ୍ୟକ୍ତି ଭୁବନେଶ୍ୱର ଡି.ସି.ପି ଅଫିସ୍ କୁ ଆସି ସ୍ୱତନ୍ତ୍ର ପୋଲିସ ଟିମ୍ ସହ ଆଲୋଚନା କରିଛନ୍ତି। ନବମ ଫେଲରୁ କିଭଳି ବନିଥିଲା ଡ଼ାକ୍ତର? କେଉଁଠୁ ଶିଖିଲା ଡ଼ାକ୍ତରୀ ବିଦ୍ୟା? କିଭଳି ଉପାୟରେ ୧୭ ଜଣଙ୍କୁ ବିବାହ କରିଥିଲା? ଏସବୁକୁ ନେଇ ୱେବ୍ ସିରିଜରେ ସ୍ଥାନ ଦିଆଯିବା ଉପରେ ଅଧିକ ଫୋକସ ଦେଇଛି ପ୍ରଡକ୍ସନ ସଂସ୍ଥା ।



www. socialnewsodiaofficial.blogspot.com

Post a Comment

0 Comments