16-MARCH-2022


📌


BY: SRINIBASH ROUT

ଦଳରୁ ବିଦା ହେଲେ ବିଜେଡ଼ି (B.J.D) ନେତା ରବୀନ୍ଦ୍ର କୁମାର ଦାସ ।ବିଜେଡ଼ି ଉପ-ସଭାପତି ଥିବା ରବୀନ୍ଦ୍ର କୁମାର ଦାସ(bjd vice president rabindra das suspended)ଙ୍କୁ ମଙ୍ଗଳବାର ୧୫ ତାରିଖ ଦଳ ନିଲମ୍ବିତ କରିଛି ।ରବୀନ୍ଦ୍ର ଦୀର୍ଘ ଦିନ ହେବ କେନ୍ଦୁଝର ଜିଲ୍ଲାରେ ସଂଗଠନ ଦାୟିତ୍ଵରେ ଥିଲେ ।ଦଳ ବିରୋଧୀ କାର୍ଯ୍ୟ ଯୋଗୁଁ ତାଙ୍କୁ ନିଲମ୍ବିତ କରାଯାଇଥିବା ବିଜେଡି ସୂଚନା ଦେଇଛି ।ରବୀନ୍ଦ୍ର ଗତ କିଛିଦିନ ହେବ ଦଳ ବିରୋଧୀ କାର୍ଯ୍ୟ ଜାରି ରଖିଥିବା ନେଇ ଅଭିଯୋଗ ଆସିଥିଲା ।ଏହି ଅଭିଯୋଗ ପ୍ରମାଣିତ ହେବା ପରେ ରବୀନ୍ଦ୍ରଙ୍କୁ ନିଲମ୍ବନ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ ।ଏନେଇ ଦଳର ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି ।ନିକଟରେ ବିଜେଡିରୁ ନିଲମ୍ବିତ ହୋଇଛନ୍ତି ଅନୁଗୁଳର କ୍ଷିରୋଦ ବଘାର ।ଦଳ ବିରୋଧୀ କାମ ପାଇଁ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ ବାହାର କରିଛନ୍ତି ।



www. socialnewsodiaofficial.blogspot.com